ନୂଆଦିଲ୍ଲୀ,୨୩।୬: ଉଭୟ ଆପ୍ iOS ଏବଂ Android ପ୍ଲାଟଫର୍ମରେ ଉପଲବ୍ଧ। ରେଡ୍ ଆଲର୍ଟ ଆପ୍ ୨-୩ ମିନିଟ୍ ପୂର୍ବରୁ ସୂଚନା ଦେଇଥାଏ, କେତେକ ସ୍ଥାନରେ ୧୦ ମିନିଟ୍ ପୂର୍ବରୁ ସୂଚନା ଉପଲବ୍ଧ ହୋଇଥାଏ। ରେଡ୍ ଆଲର୍ଟ ଆପ୍ରେ ଅନେକ ବିଶେଷ ବୈଶିଷ୍ଟ୍ୟ ଅଛି। ଏହି ଆପ୍ ତୁରନ୍ତ ସୂଚନା ଦେଇଥାଏ। ଏହା ସରକାରୀ ଉତ୍ସରୁ ସୂଚନା ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଏ। ଏହି ଆପ୍ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ କାମ କରେ।
ଆଇରନ୍ ଡୋମ୍, ଡେଭିଡ୍ ସିଲିଂ ଓ ଆରୋ ଭଳି ଇସ୍ରାଏଲୀ ମିସାଇଲ ଡିଫେନ୍ସ ସିଷ୍ଟମରୁ ମଧ୍ୟ ଅଫିସିଆଲ ଆପ୍ରୁ ଡାଟା ମିଳିଥାଏ। ମିସାଇଲର ବୈଶିଷ୍ଟ୍ୟ କ’ଣ ଓ କେଉଁ ସ୍ଥାନରେ ଖସି ଏହାର ଅନୁମାନ ଏହି ଆପ୍ ନିଜେ କରିପାରିବନି। ଏଥିପାଇଁ ଆପ୍ ରାଡାର ଡାଟା ଜରିଆରେ ରିୟଲ ଟାଇମ୍ କାମ କରିଥାଏ। ଉଦାହରଣ ଭାବରେ ଇରାନ ଯେଉଁଭଳି ମିସାଇଲ ଲଞ୍ଚ କରିଥାଏ ଓ ଇସ୍ରାଏଲ ଏୟାରସ୍ପେସ୍ରେ ଏଣ୍ଟ୍ରି କରେ ସେତେବେଳେ ଇସ୍ରାଏଲ ସବୁ ଏୟାର ଡିଫେନ୍ସ ଆକ୍ଟିଭ ହୋଇଯାଏ। ଏହି ଆପ୍ସରେ ନୋଟିଫିକେସ୍ ଆସିଥାଏ। ତେବେ ଏହି ନୋଟିଫିକେସନ୍ ୧୦୦% ସଠିକ ହୁଏନି, କିନ୍ତୁ ଆକ୍ରମଣ ପୂର୍ବରୁ ସଚେତନ କରିପାରିଥାଏ ଯେ, ଲୋକେ ସୁରକ୍ଷିତ ସ୍ଥାନକୁ ଯେପରି ଯାଇପାରିବେ।
ଇସ୍ରାଏଲ ନିଜର ଜନତାଙ୍କ ସାହାଯ୍ୟ ପାଇଁ Home Front Command ଆପ୍ ଦେଇଛି। ଏହି ଆପ୍ ରିୟଲ ଟାଇମ୍ ଆଲର୍ଟ ଓ ସେଫଟି ଇନଫରମେସନ୍ ପ୍ରଦାନ କରିଥାଏ। ବିଶେଷ ଭାବରେ ଯେତେବେଳେ କୌଣସି ବିପଦଜନକ ଆକ୍ରମଣ ହୋଇଥାଏ। ଯେପରିକି ରକେଟ କିମ୍ବା ମିସାଇଲରେ କରାଯାଇଥିବା ଆକ୍ରମଣ। ଏହା ୟୁଜର୍ସ ଲୋକେସନ୍ ଓ୍ବାଇଜ୍ ସୂଚନା ଦେଇଥାଏ। କ୍ଷେପଣାସ୍ତ୍ର ଏବଂ ରକେଟ୍ ବ୍ୟତୀତ, ଏହି ଆପ୍ ଭୂମିକମ୍ପ, ବଡ଼ ଧରଣର ଅଗ୍ନିକାଣ୍ଡ, ରାସାୟନିକ ଏବଂ ଜୈବିକ ବିପଦ କିମ୍ବା କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ ବିଷୟରେ ମଧ୍ୟ ସୂଚନା ଦେଇଥାଏ। ଏହି ଆପ୍ ଇନଷ୍ଟଲ କରିବା ପରେ, ବ୍ୟବହାରକାରୀମାନଙ୍କୁ ସେମାନଙ୍କର ସ୍ଥାନ ସ୍ଥିର କରିବାକୁ ପଡିବ। ଏହି ଆପ୍ ଇସ୍ରାଏଲର ଜାତୀୟ ଜରୁରୀକାଳୀନ ବ୍ୟବସ୍ଥାରୁ ସୂଚନା ସଂଗ୍ରହ କରିଥାଏ।
ଭାରତରେ ଲୋକଙ୍କ ଜୀବନ ରକ୍ଷା ପାଇଁ, SACHET ଆପ୍ ଅଛି ଯାହା ପ୍ରାକୃତିକ ବିପର୍ଯ୍ୟୟ, ଭୂମିକମ୍ପ ଇତ୍ୟାଦି ବିଷୟରେ ସୂଚନା ଦିଏ। ଏହା ବ୍ୟତୀତ, ସ୍ମାର୍ଟଫୋନରେ SOS ଫିଚର୍ ଅଛି, ଯାହା ସାହାଯ୍ୟରେ ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ସରକାର ଲୋକଙ୍କୁ ସତର୍କତା ପଠାନ୍ତି। ଏହା ମୋବାଇଲ୍ ସ୍କ୍ରିନରେ ଏକ ଚେତାବନୀ ସହିତ ଏକ ବାର୍ତ୍ତା ଦେଖାଏ। ତଥାପି, ଭାରତରେ କୌଣସି କ୍ଷେପଣାସ୍ତ୍ର ଆକ୍ରମଣର ନିର୍ଦ୍ଦିଷ୍ଟ ସରକାରୀ ଆପ୍ ନାହିଁ।