ନୂଆଦିଲ୍ଲୀ,୧୭/୦୬: ଇରାନ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ଭୟଙ୍କର ରୂପ ନେଇଛି । ଏହାରି ଭିତରେ ଜି-୭ ସମ୍ମିଳନୀରେ ଇରାନ୍‌କୁ ଚେତାବନୀ ଦିଆଯାଇଛି ।  କାନାଡ଼ାରେ ୫୧ତମ ଜି-୭ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଜି-୭ର ଶୀର୍ଷ ନେତାଙ୍କ ପକ୍ଷରୁ ଜାରି ହୋଇଥିବା ବୟାନରେ ତେହରାନକୁ ଚେତାବନୀ ଦେଇଛନ୍ତି । ଇସ୍ରାଏଲ୍‌କୁ ସମର୍ଥନ କରିବା ସହିତ ଇରାନ୍‌ କେବେ ବି ପରମାଣୁ ଅସ୍ତ୍ର ବନାଇ ପାରିବ ନାହିଁ ବୋଲି କହିଛନ୍ତି ଜି-୭ ନେତା । ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହୋଇଛନ୍ତି ।

ଜି ୭ ସମ୍ମିଳନୀର ଶୀର୍ଷ ନେତା ବୟାନରେ କହିଛନ୍ତି, ଇସ୍ରାଏଲ୍ ନିଜକୁ ରକ୍ଷା କରିବାର ଅଧିକାର ରହିଛି । ଆମେ ଇସ୍ରାଏଲ ସୁରକ୍ଷା ପାଇଁ ତାର ସମର୍ଥନ କରଛୁ । ନାଗରିକଙ୍କ ସୁରକ୍ଷା ବି ଗୁରୁତ୍ୱପୂର୍ଣ୍ଣ । ଇରାନ୍‌ କ୍ଷେତ୍ରୀୟ ଅସ୍ଥିରତା ଏବଂ ଆତଙ୍କ ବଡ଼ କାରଣ । ଆମେ ଲଗାତାର କହି ଆସୁଛୁ କି ଇରାନ୍‌ ପାଖରେ କେବେ ବି ପରମାଣୁ ଅସ୍ତ୍ର ରହିବା କଥା ନୁହେଁ ।''

ଅଧିକ ପଢନ୍ତୁ...ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି

ଇରାନ୍‌ ମାମଲାର ସମାଧାନ ହେଲେ ଶାନ୍ତି ଆସିବ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଜି ୭ ନେତା ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଯଦି ଇରାନ୍‌ ମାମଲାର ସମାଧାନ ହେବ ତେବେ ସେ କ୍ଷେତ୍ରରେ ଉତ୍ତେଜନା ଶାନ୍ତ ପଡିବ । ଏଥିରେ ଗାଜା ଯୁଦ୍ଧରେ ବିରାମ ବି ସାମିଲ ଅଛି । ଜି ୭ ଦେଶ ଇସ୍ରାଏଲର ସମର୍ଥନ କରି ତାକୁ ତାର ଆତ୍ମରକ୍ଷା କରିବାର ଅଧିକାର ଅଛି ବୋଲି କହିଛନ୍ତି ।