ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

କେବେ ବି ପରମାଣୁ ଅସ୍ତ୍ର ବନାଇ ପାରିବନି ଇରାନ୍‌ ? ଜି-୭ ସମ୍ମିଳନୀରେ ତେହେରାନ୍‌କୁ ଚେତାବନୀ, ଇସ୍ରାଏଲ୍‌କୁ ସମର୍ଥନ

Published By : Ankita S | June 17, 2025 1:18 PM

ନୂଆଦିଲ୍ଲୀ,୧୭/୦୬: ଇରାନ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ଭୟଙ୍କର ରୂପ ନେଇଛି । ଏହାରି ଭିତରେ ଜି-୭ ସମ୍ମିଳନୀରେ ଇରାନ୍‌କୁ ଚେତାବନୀ ଦିଆଯାଇଛି ।  କାନାଡ଼ାରେ ୫୧ତମ ଜି-୭ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଜି-୭ର ଶୀର୍ଷ ନେତାଙ୍କ ପକ୍ଷରୁ ଜାରି ହୋଇଥିବା ବୟାନରେ ତେହରାନକୁ ଚେତାବନୀ ଦେଇଛନ୍ତି । ଇସ୍ରାଏଲ୍‌କୁ ସମର୍ଥନ କରିବା ସହିତ ଇରାନ୍‌ କେବେ ବି ପରମାଣୁ ଅସ୍ତ୍ର ବନାଇ ପାରିବ ନାହିଁ ବୋଲି କହିଛନ୍ତି ଜି-୭ ନେତା । ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହୋଇଛନ୍ତି ।

ଜି ୭ ସମ୍ମିଳନୀର ଶୀର୍ଷ ନେତା ବୟାନରେ କହିଛନ୍ତି, ଇସ୍ରାଏଲ୍ ନିଜକୁ ରକ୍ଷା କରିବାର ଅଧିକାର ରହିଛି । ଆମେ ଇସ୍ରାଏଲ ସୁରକ୍ଷା ପାଇଁ ତାର ସମର୍ଥନ କରଛୁ । ନାଗରିକଙ୍କ ସୁରକ୍ଷା ବି ଗୁରୁତ୍ୱପୂର୍ଣ୍ଣ । ଇରାନ୍‌ କ୍ଷେତ୍ରୀୟ ଅସ୍ଥିରତା ଏବଂ ଆତଙ୍କ ବଡ଼ କାରଣ । ଆମେ ଲଗାତାର କହି ଆସୁଛୁ କି ଇରାନ୍‌ ପାଖରେ କେବେ ବି ପରମାଣୁ ଅସ୍ତ୍ର ରହିବା କଥା ନୁହେଁ ।''

ଅଧିକ ପଢନ୍ତୁ...ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି

ଇରାନ୍‌ ମାମଲାର ସମାଧାନ ହେଲେ ଶାନ୍ତି ଆସିବ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଜି ୭ ନେତା ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଯଦି ଇରାନ୍‌ ମାମଲାର ସମାଧାନ ହେବ ତେବେ ସେ କ୍ଷେତ୍ରରେ ଉତ୍ତେଜନା ଶାନ୍ତ ପଡିବ । ଏଥିରେ ଗାଜା ଯୁଦ୍ଧରେ ବିରାମ ବି ସାମିଲ ଅଛି । ଜି ୭ ଦେଶ ଇସ୍ରାଏଲର ସମର୍ଥନ କରି ତାକୁ ତାର ଆତ୍ମରକ୍ଷା କରିବାର ଅଧିକାର ଅଛି ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.