ନୂଆଦିଲ୍ଲୀ,୧୭/୦୬: ଏୟାରପୋର୍ଟ ବନ୍ଦ । ବର୍ଷୁଛି ବୋମା । ଯୁଦ୍ଧଗ୍ରସ୍ତ ଇରାନ୍‌ରେ ଫସିଥିବା ଭାରତୀୟ କିପରି ସ୍ୱଦେଶ ଫେରିବେ ଚିନ୍ତାରେ ଥିବା ବେଳେ ଭାରତ ସରକାର ଆରମ୍ଭ କରିଛନ୍ତି ମିଶନ୍ 'ରେସ୍କ୍ୟୁ' । ଯୁଦ୍ଧ ଯୋଗୁ ଇରାନ୍‌ରେ ଏବେ ୧୫ଶହ ଛାତ୍ରଛାତ୍ରୀଙ୍କ ସମେତ ୧୦ ହଜାର ଭାରତୀୟ ଫସିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୧୦ ଭାରତୀୟଙ୍କୁ ନେଇ ବସ୍‌ ଆର୍ମେନିଆରେ ପହଞ୍ଚିଛନ୍ତି । ଆର୍ମୋନିଆ ଦେଇ ସ୍ୱେଦଶ ଫେରିବେ ଭାରତୀୟ । ସେପଟେ ଇରାନ୍‌- ଇସ୍ରାଏଲ ଉତ୍ତେଜନା ଭିତରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି ହୋଇଛି ।

୫ ଦିନ ହେବ ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ଦୁଇ ଦେଶ ପରସ୍ପର ଉପରେ ମିସାଇଲ ମାଡ଼ କରୁଛନ୍ତି । ଏଥିରେ ଅନେକ ଜୀବନ ଗଲାଣି । ଏହାକୁ ନେଇ ଇରାନ୍‌ରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଶନ୍ ରେସ୍କ୍ୟୁରେ ୧୧୦ ଭାରତୀୟ ଆର୍ମେନିଆରେ ପହଞ୍ଚିଛନ୍ତି । ଭାରତୀୟ ନାଗରିକଙ୍କୁ ଆର୍ମେନିଆ ଦେଇ ଭାରତ ଅଣାଯିବ । ଏ ନେଇ ଆର୍ମେନିଆ ରାଷ୍ଟ୍ରଦୂରଙ୍କ ସହ ଆଲୋଚନା ହୋଇଛି । ଇରାନ୍ ବିଦେଶ ଛାତ୍ରଛାତ୍ରୀଙ୍କୁ ଦେଶ ଛାଡିବା ଲାଗି ଅନୁମତି ପ୍ରଦାନ କରିଛି । ଭାରତୀୟ ନାଗରିକଙ୍କୁ ଆର୍ମେନିଆ ସୀମାରେ ନରଦୁଜ୍ ଘାଟି ଦେଇ ବସ୍‌ରେ ଆଣିଯିବ ।

ସେପଟେ ଇରାନ୍‌-ଇସ୍ରାଏଲ ଉତ୍ତେଜନା ଭିତରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି ହୋଇଛି । ଇରାନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ''ଯେଉଁ ଭାରତୀୟ ନାଗରିକ ତେହେରାନରେ ଅଛନ୍ତି ଏବଂ ଦୂତାବାସ ସହିତ ଯୋଗଯୋଗରେ ନାହାନ୍ତି, ସେମାନଙ୍କୁ ଅନୁରୋଧ କରାଯାଉଛି କି, ସେମାନଙ୍କ ସ୍ଥାନ  ଯୋଗାଯୋଗ ନିମ୍ବର ପ୍ରଦାନ କରନ୍ତୁ ।'' ଏ ନେଇ ୩ଟି ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ତାହା ହେଉଛି, +98 9010144557, +98 9128109115, ଏବଂ +98 9128109109 ।

ଅଧିକ ପଢନ୍ତୁ...ଇରାନ୍ ଉପରେ ହମଲା କରିବ କି ଆମେରିକା ? ତୁରନ୍ତ ତେହରାନ୍ ଛାଡ଼ କହିଲେ ଟ୍ରମ୍ପ, ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

କହି ରଖୁଛି କି ଜୁନ୍‌ ୧୩ରୁ ଜଳୁଛି ମଧ୍ୟପ୍ରାଚ୍ୟ । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଇରାନ୍‌ର ନ୍ୟୁକ୍ଲିୟାର ସାଇଟ୍ ଓ ସୈନ୍ୟ ଠକଣାକୁ ଇସ୍ରାଏଲର ହମଲା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପରସ୍ପର ଉପରେ ମିସାଇଲ ମାଡ କରୁଛନ୍ତି । ୫ ଦିନ ହେବ ଦୁଇଦେଶ ପରସ୍ପର ଉପରେ ଏୟାର ଷ୍ଟ୍ରାଇକ୍ କରୁଛନ୍ତି । ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକ୍ ପରେ ଜବାବୀ ଆକ୍ରମଣ କରୁଛି ଇରାନ୍ । ଏହି ଲଢେଇରେ ଇରାନ୍‌ର ପ୍ରାୟ ୩୦ ସୈନ୍ୟ ଅଧିକାରୀ ଏବଂ ବୈଜ୍ଞାନିକଙ୍କର ମୃତ୍ୟୁ ହୋଇଛି । ୨୩୦ ସାଧାରଣ ଲୋକଙ୍କର ଜୀବନ ଯାଇଛି । ୧୨୦୦ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ଇସ୍ରାଏଲର ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ ଆହତ ହୋଇଛନ୍ତି ।