ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି

Published By : Ankita S | June 17, 2025 11:45 AM

ନୂଆଦିଲ୍ଲୀ,୧୭/୦୬: ଏୟାରପୋର୍ଟ ବନ୍ଦ । ବର୍ଷୁଛି ବୋମା । ଯୁଦ୍ଧଗ୍ରସ୍ତ ଇରାନ୍‌ରେ ଫସିଥିବା ଭାରତୀୟ କିପରି ସ୍ୱଦେଶ ଫେରିବେ ଚିନ୍ତାରେ ଥିବା ବେଳେ ଭାରତ ସରକାର ଆରମ୍ଭ କରିଛନ୍ତି ମିଶନ୍ 'ରେସ୍କ୍ୟୁ' । ଯୁଦ୍ଧ ଯୋଗୁ ଇରାନ୍‌ରେ ଏବେ ୧୫ଶହ ଛାତ୍ରଛାତ୍ରୀଙ୍କ ସମେତ ୧୦ ହଜାର ଭାରତୀୟ ଫସିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୧୦ ଭାରତୀୟଙ୍କୁ ନେଇ ବସ୍‌ ଆର୍ମେନିଆରେ ପହଞ୍ଚିଛନ୍ତି । ଆର୍ମୋନିଆ ଦେଇ ସ୍ୱେଦଶ ଫେରିବେ ଭାରତୀୟ । ସେପଟେ ଇରାନ୍‌- ଇସ୍ରାଏଲ ଉତ୍ତେଜନା ଭିତରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି ହୋଇଛି ।

୫ ଦିନ ହେବ ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ଦୁଇ ଦେଶ ପରସ୍ପର ଉପରେ ମିସାଇଲ ମାଡ଼ କରୁଛନ୍ତି । ଏଥିରେ ଅନେକ ଜୀବନ ଗଲାଣି । ଏହାକୁ ନେଇ ଇରାନ୍‌ରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଶନ୍ ରେସ୍କ୍ୟୁରେ ୧୧୦ ଭାରତୀୟ ଆର୍ମେନିଆରେ ପହଞ୍ଚିଛନ୍ତି । ଭାରତୀୟ ନାଗରିକଙ୍କୁ ଆର୍ମେନିଆ ଦେଇ ଭାରତ ଅଣାଯିବ । ଏ ନେଇ ଆର୍ମେନିଆ ରାଷ୍ଟ୍ରଦୂରଙ୍କ ସହ ଆଲୋଚନା ହୋଇଛି । ଇରାନ୍ ବିଦେଶ ଛାତ୍ରଛାତ୍ରୀଙ୍କୁ ଦେଶ ଛାଡିବା ଲାଗି ଅନୁମତି ପ୍ରଦାନ କରିଛି । ଭାରତୀୟ ନାଗରିକଙ୍କୁ ଆର୍ମେନିଆ ସୀମାରେ ନରଦୁଜ୍ ଘାଟି ଦେଇ ବସ୍‌ରେ ଆଣିଯିବ ।

ସେପଟେ ଇରାନ୍‌-ଇସ୍ରାଏଲ ଉତ୍ତେଜନା ଭିତରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି ହୋଇଛି । ଇରାନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ''ଯେଉଁ ଭାରତୀୟ ନାଗରିକ ତେହେରାନରେ ଅଛନ୍ତି ଏବଂ ଦୂତାବାସ ସହିତ ଯୋଗଯୋଗରେ ନାହାନ୍ତି, ସେମାନଙ୍କୁ ଅନୁରୋଧ କରାଯାଉଛି କି, ସେମାନଙ୍କ ସ୍ଥାନ  ଯୋଗାଯୋଗ ନିମ୍ବର ପ୍ରଦାନ କରନ୍ତୁ ।'' ଏ ନେଇ ୩ଟି ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ତାହା ହେଉଛି, +98 9010144557, +98 9128109115, ଏବଂ +98 9128109109 ।

ଅଧିକ ପଢନ୍ତୁ...ଇରାନ୍ ଉପରେ ହମଲା କରିବ କି ଆମେରିକା ? ତୁରନ୍ତ ତେହରାନ୍ ଛାଡ଼ କହିଲେ ଟ୍ରମ୍ପ, ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

କହି ରଖୁଛି କି ଜୁନ୍‌ ୧୩ରୁ ଜଳୁଛି ମଧ୍ୟପ୍ରାଚ୍ୟ । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଇରାନ୍‌ର ନ୍ୟୁକ୍ଲିୟାର ସାଇଟ୍ ଓ ସୈନ୍ୟ ଠକଣାକୁ ଇସ୍ରାଏଲର ହମଲା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପରସ୍ପର ଉପରେ ମିସାଇଲ ମାଡ କରୁଛନ୍ତି । ୫ ଦିନ ହେବ ଦୁଇଦେଶ ପରସ୍ପର ଉପରେ ଏୟାର ଷ୍ଟ୍ରାଇକ୍ କରୁଛନ୍ତି । ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକ୍ ପରେ ଜବାବୀ ଆକ୍ରମଣ କରୁଛି ଇରାନ୍ । ଏହି ଲଢେଇରେ ଇରାନ୍‌ର ପ୍ରାୟ ୩୦ ସୈନ୍ୟ ଅଧିକାରୀ ଏବଂ ବୈଜ୍ଞାନିକଙ୍କର ମୃତ୍ୟୁ ହୋଇଛି । ୨୩୦ ସାଧାରଣ ଲୋକଙ୍କର ଜୀବନ ଯାଇଛି । ୧୨୦୦ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ଇସ୍ରାଏଲର ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ ଆହତ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.