ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଖୁବଶୀଘ୍ର ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

Published By : Tapas Panda | April 5, 2025 6:11 PM

Image Courtesy: wionews

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖୁବଶୀଘ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । ଓ୍ବାଶିଂଟନ୍‌ରେ ଟ୍ରମ୍ପଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବା ସହ ରେସିପ୍ରୋକଲ୍‌ ଟାରିଫ ଉପରେ ଆଲୋଚନା କରିବେ ନେତାନ୍ୟାହୁ । ସେପଟେ ନେତାନ୍ୟାହୁଙ୍କ ଓ୍ବାଶିଂଟନ ଗସ୍ତ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ । କିନ୍ତୁ ଇସ୍ରାଏଲର ୩ ଜଣ ଅଧିକାରୀ ଏନେଇ ରୟଟର୍ସକୁ ସୂଚନା ଦେଇଛନ୍ତି । 

ଗାଜା ଯୁଦ୍ଧ ଆରମ୍ଭ ହେବା ପରେ ନେତାନ୍ୟାହୁଙ୍କ ଏହା ତୃତୀୟ ଥର ଆମେରିକା ଗସ୍ତ ହେବାକୁ ଯାଉଛି । ସେହିଭଳି ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ତାଙ୍କର ଏହା ଦ୍ବିତୀୟ ଆମେରିକା ଗସ୍ତ ହେବ । ସବୁଠାରୁ ବଡ଼ କଥା ହେଉଛି, ବ୍ୟାପକ ଟାରିଫ ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ସିଧାସଳଖ ଆଲୋଚନା କରିବାରେ ପ୍ରଥମ ବିଦେଶୀ ନେତା ହେବେ ନେତାନ୍ୟାହୁ ।  ଏହା ପୂର୍ବରୁ ଏପ୍ରିଲ ୨ରେ ଆମେରିକାର ମୁକ୍ତି ଦିବସ ଅବସରରେ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ଯେସାକୁ ତେସା ଟାରିଫ ଲଗାଇଛନ୍ତି । ଇସ୍ରାଏଲ ଉପରେ ୧୭ ପ୍ରତିଶତ ରେସିପ୍ରୋକଲ୍‌ ଟାରିଫ ଲଗାଇଛନ୍ତି ଟ୍ରମ୍ପ । 

ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ପ୍ରଭେଦକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏହି ଟାରିଫ ଲଗାଇଛନ୍ତି । ତେବେ ଆମେରିକାର ଏହି ରେସିପ୍ରୋକଲ୍‌ ଟାରିଫ ସେହି ଦେଶମାନଙ୍କ ଟାରିଫ ତୁଳନାରେ ଅଧା ବୋଲି କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେପଟେ ଟାରିଫ ପ୍ରସଙ୍ଗ ବ୍ୟତୀତ ନେତାନ୍ୟାହୁ ଏବଂ ଟ୍ରମ୍ପ ଇରାନ୍‌ର ଆଣବିକ କାର୍ଯ୍ୟକ୍ରମ ଏବଂ ଗାଜା ଯୁଦ୍ଧ ଉପରେ ଆଲୋଚନା କରିପାରନ୍ତି ।  ଏହା ପୂର୍ବରୁ ନେତାନ୍ୟାହୁ ହ୍ବାଇଟ ହାଉସ୍‌ ଆସୁଛନ୍ତି ବୋଲି ସଂକେତ ଦେଇଥିଲେ ଟ୍ରମ୍ପ କିନ୍ତୁ ତାରିଖ ସଂପର୍କରେ କିଛି ସ୍ପଷ୍ଟ କରିନଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.