ନୂଆଦିଲ୍ଲୀ,୧୪।୬: ଇରାନର ନ୍ୟୁକ୍ଲିଅର ଫ୍ୟାସିଲିଟି ଉପରେ ବଡ଼ ଧରଣର ଆକ୍ରମଣ କରିଥିବା ନେଇ ଦାବି କରିଛି ଇସ୍ରାଏଲ। ଏନେଇ ଇସ୍ରାଏଲ ସେନା ଶନିବାର କହିଛି ଯେ, ଏଭଳି ବିମାନ ଆକ୍ରମଣରେ ଇରାନର ୯ ପ୍ରମୁଖ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି। ସେନା କହିଛି, ଅପରେସନ୍ ରାଇଜିଂ ଲାୟନର ଆରମ୍ଭରେ ଇସ୍ରାଏଲ ବାୟୁସେନା ଆକ୍ରମଣ ବେଳେ ୯ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କୁ ମାରି ଦିଆଯାଇଥିଲା, ଯେଉଁମାନେ କି ଇରାନର ଶାସନ ପରମାଣୁ ହତିଆର କାର୍ଯ୍ୟକ୍ରମକୁ ଆଗକୁ ବଢାଇଥିଲେ। ଏହି ବୟାନରେ ମୃତ ଲୋକଙ୍କ ନାଁ ମଧ୍ୟ ଲିଷ୍ଟେଡ୍ କରାଯାଇଛି।
ଇସ୍ରାଏଲ ସେନା କହିଛି,ଏହାର ଶେଷ ଇରାନୀ ଶାସକଙ୍କ ସାମୁହିକ ବିନାଶର ହତିଆର ହାସଲ କରିବାର କ୍ଷମତାକୁ ବଡ଼ ଝଟକା।’ ସେନା କହିଛି,ଏହି ଆକ୍ରମଣ ଗୁଇନ୍ଦା ନିର୍ଦେଶାଳୟ ପକ୍ଷରୁ ଏକତ୍ରିତ ସଠିକ୍ ଗୁଇନ୍ଦା ସୂଚନା ଆଧାରରେ କରାଯାଇଛି। ସେଭଳି ଇରାନ ଶନିବାର ସକାଳେ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରି ମିସାଇଲ ଓ ଡ୍ରୋନ୍ ମାଡ଼ କରିଥିଲା। ଏହାଦ୍ବାରା ଅତି କମ୍ରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ।
ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଏହାକୁ ସଶସ୍ତ୍ର ବଳ ଉପରେ ଇସ୍ରାଏଲ ବହୁ ଆକ୍ରମଣ ପରେ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ, ଇସ୍ରାଏଲର ପ୍ରମୁଖ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା, ଶୀର୍ଷ ଜେନେରାଲ ଓ ବୈଜ୍ଞାନିକଙ୍କୁ ମାରିବା ପାଇଁ ଯୁଦ୍ଧ ବିମାନ ବ୍ୟବହାର କରାଯାଇଛି। ଇସ୍ରାଏଲ ସହ ଦେଶରେ ପୂର୍ବରୁ ଗୋପନୀୟ ଭାବରେ ଅଣାଯାଇଥିବା ଡ୍ରୋନର ମଧ୍ୟ ବ୍ୟବହାର କରାଯାଇଥିଲା।