ଲଞ୍ଚ ହେଲା PSLV-C53 ମିଶନ୍; ଅତି ଖରାପ ପାଗରେ ମଧ୍ୟ ରାତି-ଦିନ ଫଟୋ ସଂଗ୍ରହ କରି ପଠାଇବ ଏହି ସାଟେଲାଇଟ୍

Image Courtesy : NDTV
ଶ୍ରୀହରିକୋଟ୍ଟା,୩୦/୦୬: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋ (ISRO) ଆଜି ସନ୍ଧ୍ୟା ୬.୦୨ରେ PSLV-C53/DS-EO ମିଶନ ଲଞ୍ଚ କରିଛି। ଶ୍ରୀହରିକୋଟାର ସତୀସ ଧୱନ ସ୍ପେସ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚପ୍ୟାଡ୍ରୁ PSLV-C53/DS-EOକୁ ମହାଆକାଶକୁ ପଠାଯାଇଛି। ଲୋ ଆର୍ଥ ଅର୍ବିଟ୍(LEO)ରେ ୩ଟି ସାଟେଲାଇଟ୍ ମୁତୟନ କରିବା ପାଇଁ PSLV-C53କୁ ଛଡ଼ାଯାଇଛି। ଏହି ରକେଟ୍ରେ ୩ଟି କମର୍ସିଆଲ୍ ସାଟେଲାଇଟ୍ ରହିଛି। ଏହା ବାଦ୍ POEM ବିକୁ ବି ଏହି ରକେଟ୍ରୁ ପଠାଯାଇଛି।। ଯେଉଁଥିରେ ଷ୍ଟାଟ୍ ଅପ କମ୍ପାନୀର ଦୁଇଟି ଡେମେନ୍ସଷ୍ଟ୍ରେଟର ସାଟେଲାଇଟ୍ ରହିଛି।
ମିସାଇଲ୍ ଲଞ୍ଚ କରିବା ପାଇଁ ୨୪ ଘଣ୍ଟା ପୂର୍ବରୁ ଅର୍ଥାତ ଗତକାଲି ସନ୍ଧ୍ୟା ୫ରେ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିଲା। ଆଜି ଠିକ୍ ୬.୨ରେ ଏହାକୁ ଲଞ୍ଚ କରାଯାଇଥିଲା। ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍(NSIL)ର ଏହା ଦ୍ୱିତୀୟ କମର୍ସିଆଲ୍ ଲଞ୍ଚ ଅଟେ। ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଶ୍ରୀହରିକୋଟାରୁ PSLV-C52/EOS-4 ମିସନକୁ ଲଞ୍ଚ କରାଯାଇଥିଲା।
ଦ୍ୱିତୀୟ ଲଞ୍ଚପ୍ୟାଡ୍ରୁ PSLV ରକେଟ୍ର ଏହା ହେଉଛି ୧୬ ତମ ଉଡ଼ାଣ। ଏହି ରକେଟ୍ରେ ବେଙ୍ଗାଲୁର ସ୍ଥିତ ଦିଗାନ୍ତାରା ରୋବଷ୍ଟ ଇଞ୍ଜିନୟରିଂ ପ୍ଟୋଟୋନ ଫ୍ଲୁଏନ୍ସ ମିଟର(ROBI) ପ୍ରଟୋନ ଡୋସୀମୀର ପେଲୋଡ ଓ ଧ୍ରୁବ ସ୍ପେସ୍ ସାଟେଲାଇଟ୍ ଆର୍ବିଟଲ ଡେପ୍ଲାୟର(DSOD 1U) ପଠାଇଛି। ୪୪.୪ ମିଟର ଉଚ୍ଚା ବିଶିଷ୍ଟ PSLV- C53 ରକେଟ୍ରେ ଏହି ଦୁଇ ସାଟେଲାଇଟ୍ ସହ ଆଉ ୩ ସାଟେଲାଇଟ୍ ରହିଛି। ଏହି ରକେଟ୍ ସାଟେଲାଇଟ ଗୁଡ଼ିକୁ ପୃଥିବୀର ଭୂମଧ୍ୟ ରେଖା(Equator Line)ରୁ ୫୭୦ କିମି ଉପର କକ୍ଷରେ ମୁତୟନ କରିବ।
ସୂଚନା ଥାଉକି, ୧୯୯୩ ମସିହାରୁ ଏପର୍ଯ୍ୟନ୍ତ ୫୪ ଟି ସାଟେଇଲାଟ୍ ପରୀକ୍ଷଣ କରାଯାଇସାରିଛି। ଆଜିର ପରୀକ୍ଷଣକୁ ମିଶାଇଲେ ୫୫ଥର ପରୀକ୍ଷଣ ହୋଇସାରିଛି। ମୋଟ ପରୀକ୍ଷଣ ମଧ୍ୟରୁ ମାତ୍ର ଦୁଇଟି ବିଫଳ ହୋଇଥିବା ବେଳେ ୫୩ଟିର ସଫଳ ପରୀକ୍ଷଣ ହୋଇଛି। ୧୯୯୩ରେ ପ୍ରଥମ ପିଏସ୍ଏଲ୍ଭି-ଜୀ ପରୀକ୍ଷଣ କରାଯାଇଥିବା ବେଳେ ୨୦୧୭ରେ ପିଏସ୍ଏଲ୍ଭି-ଏକ୍ସଏଲ୍ ରକେଟ୍ ପରୀକ୍ଷଣ କରାଯାଇଥିଲା। PSLVକୁ ଇସ୍ରୋ ସବୁଠାରୁ ଭରସାଯୋଗ୍ୟ ରକେଟ୍ ବୋଲି ମାନିଥାଏ। ମଙ୍ଗଳାୟନ ଓ ଚନ୍ଦ୍ରାୟନ-୧ ମିଶନରେ ଏହି ରକେଟ୍ ବ୍ୟବହାର କରାଯାଇଥିଲା।