ନୂଆଦିଲ୍ଲୀ,୧୬।୧୧: ଆଗାମୀ ଦିନରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ରହିଛି ଅନେକ ଯୋଜନା। ଏନେଇ ଅଧ୍ୟକ୍ଷ ଭି.ନାରାୟଣନ କହିଛନ୍ତି, ଇସ୍ରୋ ଚଳିତ ଆର୍ଥିକ ବର୍ଷରେ ଆହୁରି ୭ଟି ନୂଆ ଉତ୍କ୍ଷେପଣ ଯୋଜନା ତିଆରି କରିଛି। ଭାରତର ପ୍ରଥମ ମାନବ ମହାକାଶ ଯାନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ୨୦୨୭ ରେ ପଠାଯିବ। ନାରାୟଣନ କହିଛନ୍ତି, ଇସ୍ରୋ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ୟୋଗ କ୍ଷମତାକୁ ଦୃତ ଗତିରେ ବିସ୍ତାର କରିବା ଦିଗରେ ପ୍ରସ୍ତୁତି କରୁଛି। ଚଳିତ ବର୍ଷ ଶେଷ ହେବା ପୂର୍ବରୁ ୭ଟି ଆହୁରି ଉତ୍‌କ୍ଷେପଣ ଲକ୍ଷ୍ୟ ରଖିଛି। ଏଥିରେ ବାଣିଜ୍ୟ ସଞ୍ଚାର ଉପଗ୍ରହ, ବହୁ ପିଏସ୍ଏଲଭି ଓ ଜିଏସ୍ଏଲଭି ମିଶନ୍ ରହିଛି। ସେ କହିଛନ୍ତି, ଏହି ସମୟରେ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଉଦ୍ୟୋଗ ପକ୍ଷରୁ ନିର୍ମିତ ପିଏସ୍ଏଲଭିର ଲଞ୍ଚ ମାଇଲଷ୍ଟୋନ୍ ପ୍ରମାଣିତ ହୋଇପାରେ।

ଇସ୍ରୋ ମୁଖ୍ୟ କହିଛନ୍ତି, ସରକାର ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରୀ ଦେଇଛନ୍ତି, ଯାହାକି ଚନ୍ଦ୍ର ନମୁନା-ପ୍ରତ୍ୟାବର୍ତ୍ତନ ମିଶନ୍ ରୂପରେ ଡିଜାଇନ୍ କରାଯାଇଛି। ଏହା ଭାରତର ଏପର୍ଯ୍ୟନ୍ତର ସବୁଠାରୁ ଜଟିଳ ଚନ୍ଦ୍ର ଅଭିଯାନ ହେବ। ସେ କହିଛନ୍ତି, ଆମେ ଚନ୍ଦ୍ରଯାନ-୪ ପାଇଁ ୨୦୨୮ର ଲକ୍ଷ୍ୟ ରଖିଛୁ।’ ଅନ୍ୟ ଏକ ମିଶନ୍ ଲୁପେକ୍ସ ରହିଛି, ଯାହାକି ଜାକ୍ସା(ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି) ସହ କରାଯାଉଥିବା ମିଳିତ ଚନ୍ଦ୍ର ମେରୁ ଅନ୍ବେଷଣ କାର୍ଯ୍ୟକ୍ରମ। ନାରାୟଣନ କହିଛନ୍ତି, ଏହି ଇସ୍ରୋ ମିଶନ୍ କାରଣରୁ ବଢୁଥିବା ଚାହିଦା ସହ ତାଳମେଳ ବଜାୟ ରଖିବା ପାଇଁ ଆଗାମୀ ତିନି ବର୍ଷରେ ନିଜର ବାର୍ଷିକ ମହାକାଶ ଯାନ ଉତ୍ପାଦନକୁ ତିନିଗୁଣା କରିବା ଉପରେ ମଧ୍ୟ କାମ କରୁଛି।

ଚନ୍ଦ୍ରଯାନ-୪ ଚନ୍ଦ୍ରରୁ ସାମ୍ପଲ ଆଣିବାର ଚେଷ୍ଟା କରିବ। ଏହା ଏକ ଏଭଳୀ କ୍ଷମତା ଯାହାର ପ୍ରଦର୍ଶନ ଏପର୍ଯ୍ୟନ୍ତ କେବଳ ଆମେରିକା, ରୁଷ ଓ ଚୀ୍ କରିଛି। ଲୁପେକ୍ସର ଉଦେଶ୍ୟ ଚନ୍ଦ୍ରର ଦକ୍ଷିଣ ମେରୁରେ ବରଫ ଉପରେ ଅଧ୍ୟୟନ କରିବା। ଇଦ୍ରୋ ଏହା ଉପରେ କାମ ଆରମ୍ଭ କରିସାରିଛି,ଯାହାକୁ ୨୦୨୫ ପର୍ଯ୍ୟନ୍ତ ପୂରଣ କରିବାର ଲକ୍ଷ୍ୟ ରହିଛି। ସେ କହିଛନ୍ତି, ୫ଟି ମଡ୍ୟୁଲରୁ ଜଣାପଡୁଛି ଯେ, ୨୦୨୮ ପର୍ଯ୍ୟନ୍ତ କକ୍ଷରେ ସ୍ଥାପିତ କରି ଦିଆଯିବ।’ ଏହି ଚେଷ୍ଟା ଦ୍ବାରା ଭାରତୀୟ ମହାକାଶ ଷ୍ଟେସନ୍ ସଞ୍ଚାଳନ କରୁଥିବା ତୃତୀୟ ପ୍ରମୁଖ ଦେଶ ପାଲଟି ଯିବ। ଆମେରିକାର ନେତୃତ୍ବାଧୀନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍(ଆଇଏସଏସ୍) ନିଜର ଅନ୍ତିମ ପର୍ଯ୍ୟାୟରେ ରହିଛି ଓ ଚୀନ୍‌ର ତିୟାଗୋଙ୍ଗରେ ସଞ୍ଚାଳନ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ ହୋଇଯାଇଛି। ଭାରତର ପ୍ରଥମ ମାନବ-ବିହୀନ ମିଶନ୍ ଯୋଜନା ପୂର୍ବରୁ ୨୦୨୭ ପାଇଁ ତିଆରି କରାଯାଇଥିଲା। ଏହି ସ୍ଥିତିରେ କୌଣସି ପରିର୍ବତ୍ତନ କରାଯାଇ ନାହିଁ। ଭାରତୀୟ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସହ ପ୍ରଥମ ଉଡାଣ ପୂର୍ବରୁ ତିନି ମାନବ ବିହୀନ ପରୀକ୍ଷଣ ମିଶନ୍ ହେବ।

ଇସ୍ରୋ ମୁଖ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋକୁ ଭାରତୀୟ ମହାକାଶ ଯାତ୍ରୀଙ୍କୁ ଚନ୍ଦ୍ର ପୃଷ୍ଠରେ ପଠାଇବା ଓ ୨୦୪୦ ପର୍ଯ୍ୟନ୍ତ ତାଙ୍କୁ ସୁରକ୍ଷିତ ଫେରାଇ ନେବା ଦିଗରେ କାମ କରିବାର ନିର୍ଦେଶ ଦେଇଛି। ଭାରତର ଦୀର୍ଘକାଳୀନ ମାନବ-ମହାକାଶ ଉଡାର ଯୋଜନା ଏହାକୁ ଦୁନିଆର ଅଗ୍ରଣୀ ମହାକାଶ ଶକ୍ତିକୁ ଶ୍ରେଣୀରେ ରଖିଛି। ଆମେରିକା ଅର୍ଟିମିସ୍ ଅନୁସାରେ, ମାନବଯୁକ୍ତ ମିଶନ୍ର ଯୋଜନା ରହିଛି, ସେଭଳି ଚୀନ୍ ନିଜର ପ୍ରଥମ ମାନବଯୁକ୍ତ ଚନ୍ଦ୍ର ଅଭିଯାନ ପାଇଁ ୨୦୩୦ର ଲକ୍ଷ୍ୟ ରଖିଛି।