ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଚଙ୍କିଙ୍କ ଜନ୍ମଦିନରେ ଆମ୍ବାସଡରରେ ପହଞ୍ଚିଲେ ଜ୍ୟାକି ଶ୍ରଫ, ଗାଡ଼ିର ଫଟୋ ଉଠାଇବାକୁ ଲାଗିଲା ଲମ୍ବା ଲାଇନ୍…

ନୂଆଦିଲ୍ଲୀ, ୨୫/୯ : ନିଜର ଡାଇଲଗ୍ ଏବଂ ଅନ୍ଦାଜ ଲାଗି ଚଙ୍କି ପାଣ୍ଡେ ସବୁବେଳେ ନିଜ ଫ୍ୟାନ୍ସଙ୍କ ନିକଟରେ ପ୍ରସିଦ୍ଧି ଲାଭ କରିଛନ୍ତି। ନିକଟରେ ତାଙ୍କର ୬୦ତମ ଜନ୍ମଦିନ ଥିଲା । ଚଙ୍କିଙ୍କ ପରେ ଏବେ ତାଙ୍କ ଝିଅ ଅନନ୍ୟା ପାଣ୍ଡେ ବି ନିଜ ଅଭିନୟ ଲାଗି ଖାସ୍ ଚର୍ଚ୍ଚାରେ ରହିଥାନ୍ତି । ପରିବାର ପକ୍ଷରୁ ଚଙ୍କିଙ୍କ ଜନ୍ମଦିନ ଅବସରରେ ଏକ  ପାର୍ଟିର ଆୟୋଜନ କରାଯାଇଥିଲା ।

ଏହି ପାର୍ଟିରେ କରଣ ଜୋହର, ଶନାୟା କପୁର, ମହିପ କପୁର, ସଞ୍ଜୟ କପୁର, ଆର୍ୟନ ଖାନ, ସୋନାଲୀ ବେନ୍ଦ୍ରେ, ନେହା ଧୁପିୟା, ଅଙ୍ଗଦ ବେଦୀ, ନବ୍ୟା ନନ୍ଦା ସମେତେ କେତେକ ଅଭିନେତାଅଭିନେତ୍ରୀ ଚଙ୍କିଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ବଲିଉଡ଼ର ଲୋକପ୍ରିୟ କଳାକାର ଜ୍ୟାକି ଶ୍ରଫ ବି ପହଞ୍ଚିଥିଲେ ଏବଂ ଆସିବା ମାତ୍ରକେ ଲୋକମାନଙ୍କ ଲମ୍ବା ଭିଡ଼ ମଧ୍ୟ ଲାଗିଥିଲା ।

wp:html
/wp:html

ପ୍ରକାଶ ଯେ, ଚଙ୍କିଙ୍କ ଜନ୍ମଦିନରେ ଜ୍ୟାକି ନିଜ ପସନ୍ଦର ଆମ୍ବାସଡର କାର୍‌ରେ ପହଞ୍ଚିଥିଲେ । ଏହି କାର୍ ଦିନ ଥିଲା ନିଜ ଲଗଜୁରୀ ପାଇଁ ଜଣାଥିଲା । ଜ୍ୟାକିଙ୍କ ଗୋଟିଏ ଝଲକ ଫ୍ୟାନ୍ସମାନଙ୍କ ହୃଦୟକୁ ଜିତି ନେଇଛି ।  

Copyright © 2022 - Summa Real Media Private Limited. All Rights Reserved.