PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଚେନ୍ନାଇ ସୁପର୍‌ କିଙ୍ଗସ ଠାରୁ ଅଲଗା ହେବେ ଜାଡେଜା! ସିଜିନ୍ ଅଧାରୁ ଅଧିନାୟକ ପଦ ଯିବାପରେ ଲାଗିଥିଲା ବିବାଦ

ନୂଆଦିଲ୍ଲୀ ୧୫/ ୦୮: ଚେନ୍ନାଇ ସୁପର୍‌ କିଙ୍ଗସ୍‌ ସହ ସବୁ ସମ୍ପର୍କର ପୂର୍ଣ୍ଣଚ୍ଛେଦ ପକାଇବେ ଭେଟେରାନ୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଚାରି ଚାରି ଥର ଆଇପିଏଲ ଚାମ୍ପିୟନ ହୋଇଥିବା ଚେନ୍ନାଇ ଠାରୁ ଜାଡେଜା ଅଲଗା ହେବା ଏକ ପ୍ରକାର ଥୟ । ଟିମ୍‌ ମ୍ୟାନେଜମେଣ୍ଟ ଏବଂ ଜାଡେଜାଙ୍କ ମଧ୍ୟରେ ଲାଗିରହିଥିବା ବିବାଦ କାରଣରୁ ଜାଡୁ ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଉଭୟଙ୍କ ମଧ୍ୟରେ ମତଭେଦ ଆଇପିଏଲ ସିଜିନ୍‌ ୧୫ରେ ହୋଇଥିଲା । ସେବେଠାରୁ ଚର୍ଚ୍ଚା ହେଉଥିଲା ଜାଡେଜା ସିଏସକେ ଫ୍ରାଞ୍ଚାଇଜକୁ ବାଏ ବାଏ କହିବେ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ୍‌ ପ୍ରିମିୟର ଲିଗ ସିଜିନ ୧୫ ପରେ ଜାଡେଜା ଏବଂ ସିଏସକେ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଏବେ ଜାଡୁ ଅଲଗା ହେବାକୁ ଯାଉଛନ୍ତି । ଏହାର ଏକ ବଡ କାରଣ ହେଉଛି ସିଜିନ୍-୧୫ରେ ଚେନ୍ନାଇର ନୈରାଶ୍ୟଜନକ ପ୍ରଦର୍ଶନ । ଦଳ ସେହି ସିଜିନରେ ପ୍ଲେ ଅଫ୍‌ ଯାଏଁ ମଧ୍ୟ ଯାଇପାରିନଥିଲା । ସିଜିନ ଆରମ୍ଭରୁ ଜାଡେଜାଙ୍କୁ ଦଳର ଅଧିନାୟକ କରାଯାଇଥିଲା । କିନ୍ତୁ ତାଙ୍କ ନେତୃତ୍ବରେ ଟିମ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା । ଲଗାତାର ପରାଜୟ ପରେ ଜାଡେଜା ଅଧିନାୟକ ପଦରୁ ହଟିଥିଲେ ଏବଂ ପୁଣି ଧୋନୀ ହୋଇଥିଲେ କ୍ୟାପଟେନ୍‌ ।

ମିଳିଥିବା ସୂଚନା ଅନୁସାରେ, ଜାଡେଜା ଏବେ ଅନ୍ୟ ଟିମ୍‌ ସହ ଯୋଗାଯୋଗ କରୁଛନ୍ତି । ତେବେ ଜାଡେଜା ଟ୍ରେଣ୍ଡିଂ ଓ୍ବିଣ୍ଡୋର ଅଂଶ ହୋଇସାରିବା ପରେ ଯାଇ ଅନ୍ୟ ଟିମ୍‌ ସହ କଥା ହୋଇପାରିବେ କିମ୍ବା ଖେଳିପାରିବେ । କିନ୍ତୁ ଏହା ପୂର୍ବରୁ ସିଏସକେ ମ୍ୟାନେଜମେଣ୍ଟ ପୁଣି ଥରେ ଜାଡେଜାଙ୍କ ସହ କଥା ହୋଇପାରନ୍ତି । ତେବେ ଏଥିରେ ଯଦି କୌଣସି ନିଷ୍କର୍ସ ନବାହାରେ ତେବେ ଜାଡେଜା ଚେନ୍ନାଇ ଛାଡିବା ଏକ ପ୍ରକାର ନିଶ୍ଚିତ ଲାଗୁଛି ।

ଖବର ଅନୁଯାୟୀ, ସିଜିନ ଅଧାରୁ ଅଧିନାୟକ ପଦରୁ ଜାଡେଜାଙ୍କୁ ବିଦା କରାଯିବାରୁ ଏଥିନେଇ ମ୍ୟାନେଜମେଣ୍ଟ ଉପରେ ସେ ଖପ୍ପା ଅଛନ୍ତି । ଏହି କାରଣରୁ ସେ ଫ୍ରାଞ୍ଚାଇଜରୁ ଅଲଗା ହେବାକୁ ସ୍ଥିର କରିସାରିଛନ୍ତି । ତେବେ ଯଦି ସେ ସିଏସକେ ଛାଡନ୍ତୁ ତେବେ ପରେ ଆଉ କେଉଁ ଦଳକୁ ଯିବେ ତାହା ବଡ ପ୍ରଶ୍ନ । ଗତ ୨୦୧୨ ମସିହାରୁ ଚେନ୍ନାଇ ସୁପର କିଙ୍ଗସ୍‌ ସହ ଜଡିତ ଥିଲେ ରବୀନ୍ଦ୍ର ଜାଡେଜା ।

ସମ୍ବନ୍ଧିତ ଖବର