ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଚନ୍ଦ୍ରବାବୁଙ୍କ ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଜଗନ ମୋହନ ରେଡ୍ଡୀ

Published By : Tapas Panda | November 14, 2024 8:39 PM

Image Courtesy: timesofindia

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁ ସରକାରଙ୍କ ଉପର ଖୁବ ବର୍ଷିଛନ୍ତି ଓ୍ବାଇଏସଆର କଂଗ୍ରେସର ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ୪୯ ଜଣ ସାମାଜିକ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀକୁ ସେ ଜୋରଦାର ବିରୋଧ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବାଧୀନ ଏନଡିଏ ସରକାର ବିରୋଧୀ ଦଳର ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ୬୮୦ ନୋଟିସ୍‌ ଜାରି କରିଛି । ସେହିଭଳି ୧୪୭ଟି ମାମଲା ରୁଜୁ ହୋଇଥିବା ବେଳେ ୪୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଜଗନ ରେଡ୍ଡୀ ଅଭିଯୋଗ କରିଛନ୍ତି ।  

ସେ ଆହୁରି କହିଛନ୍ତି ଯେ, କୌଣସି ସୋସିଆଲ ମିଡିଆ ପୋଷ୍ଟକୁ ସରକାର ନାପସନ୍ଦ କରିପାରନ୍ତି ଏବଂ ସିଆରପିସି ୪୧ଏରେ ମାମଲା କରିପାରନ୍ତି । କିନ୍ତୁ ସରକାର ଲୋକଙ୍କୁ ଉଠାଇ ନେଇ ମାଡ଼ମାରି ପାରିବେ ନାହିଁ ବୋଲି କହି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ରାଜ୍ୟ ପୋଲିସ ୮୬ଟି ମିଥ୍ୟା ମାମଲା ରୁଜୁ କରିଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଥିଲା । 

ଓ୍ବାଇଏସଆର କଂଗ୍ରେସ ପକ୍ଷରୁ ନଭେମ୍ବର ୫ରେ ଅଭିଯୋଗ କରାଯାଇଥିଲା ଯେ, ସମାଜସେବୀ ସରକାରଙ୍କ ଦୁର୍ନୀତିକୁ ଲୋକମାନଙ୍କ ଆଗକୁ ଆଣୁଛନ୍ତି । ସେମାନଙ୍କୁ ସରକାର ଟାର୍ଗେଟ କରି ମିଛ ମାମଲାରେ ଫସାଉଛନ୍ତି । ଓ୍ବାଇଏସଆରସିପି କଂଗ୍ରେସର କାର୍ଯ୍ୟକର୍ତ୍ତା, ଦଳର ସୋସିଆଲ ମିଡିଆ ଆକ୍ଟିଭିଷ୍ଟ , ଏପରିକି କୃଷକଙ୍କୁ ନୋଟିସ ବିନା ଗିରଫ କରାଯାଉଛି । ଟିଡିପି କାର୍ଯ୍ୟକର୍ତ୍ତାଙ୍କ ମିଛ ଅଭିଯୋଗରେ ମଧ୍ୟ ପୋଲିସ ବିରୋଧୀ ଦଳର କର୍ମୀଙ୍କୁ ଗିରଫ କରୁଛି ବୋଲି ଜଗନ ରେଡ୍ଡୀଙ୍କ ଦଳ ଅଭିଯୋଗ କରିଥିଲା । 

ଏବେ ଦଳ ଆହୁରି ଅଭିଯୋଗ କରିଛି ଯେ, ବିଭିନ୍ନ ଜିଲ୍ଲାରେ ମଧ୍ୟ ଏହି ଟ୍ରେଣ୍ଡ ଜାରି ରହିଛି । କେବଳ ଏନଟିଆର ଜିଲ୍ଲାରେ ୬୧ଟି ମାମଲା ହୋଇଛି । ଏହା ବ୍ୟତୀତ ଶ୍ରୀକାକୁଲମ, ନେଲୋର, ପଶ୍ଚିମ ଗୋଦାବରୀ ଏବଂ ଅନ୍ୟ ଜିଲ୍ଲାରେ ବିରୋଧୀ ଦଳର ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ମଧ୍ୟ ଓ୍ବାଇଏସଆର କଂଗ୍ରେସ ଅଭିଯୋଗ କରିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.