PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ ୦୧/ ୧୨: କେନ୍ଦ୍ର ଜଳ ଶକ୍ତି ବିଭାଗର ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍‌ । ଦିଲ୍ଲୀ ଏମ୍‌ସ ହସ୍ପିଟାଲ ସର୍ଭର ହ୍ୟାକ୍‌ ହେବାର କିଛିଦିନ ପରେ ଏବେ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗର ଟ୍ବିଟର୍‌ ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଛି । ଗୁରୁବାର ସକାଳେ ପ୍ରଥମେ ଟ୍ବିଟର୍‌ ପେଜ୍‌ ହ୍ୟାକ୍‌ କରିଥିଲା ଅଜଣା ହ୍ୟାକର୍‌ । ଯାହା ଫଳରେ ପେଜ୍‌ରେ ଅନେକ ଗୁଡିଏ ସନ୍ଦେହଜନକ ପୋଷ୍ଟ ଦେଖିବାକୁ ମିଳିଥିଲା ।

କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ବିଭାଗ ଟ୍ବିଟର୍‌ ପେଜରେ ପ୍ରଥମେ କ୍ରିପ୍ଟୋ ଓ୍ବାଲେଟ୍‌ ଏବଂ ସୁଇ ଓ୍ବାଲେଟ୍‌ ସମ୍ବନ୍ଧରେ ପୋଷ୍ଟ କରାଯାଇଥିଲା । ସକାଳ ୫.୩୮ରେ ଏଭଳି ପୋଷ୍ଟ କରାଯାଇଥିଲା । ଏପରିକି ପେଜର ପ୍ରୋଫାଇଲ ଫଟୋ ତ୍ରିରଙ୍ଗା ଥିବା ବେଳେ ତାହାକୁ ବଦଳାଇ ସୁଇର ଲୋଗୋ ଥିବା ଫଟୋ ରଖାଯାଇଥିଲା । ଏହା ସହିତ କଭର ଫଟୋ ମଧ୍ୟ ବଦଳା ଯାଇ ସୁଇ ଲୋଗୋ ରଖାଯାଇଥିଲା ।

ତେବେ ହ୍ୟାକ୍‌ ହେବାର କିଛି ଘଣ୍ଟା ପରେ ଜଳ ଶକ୍ତି ମନ୍ତ୍ରାଳୟର ଟ୍ବିଟର ପେଜ୍‌କୁ ଠିକ୍‌ କରାଯାଇଥିଲା । ଏହା ସହିତ ହ୍ୟାକର୍‌ କରିଥିବା ଟ୍ବିଟ୍‌ ଗୁଡିକୁ ମଧ୍ୟ ଡିଲିଟ୍‌ କରାଯାଇଥିଲା । ସୁରକ୍ଷା ବିଭାଗ ଏବଂ ସାଇବର ବିଶେଷଜ୍ଞମାନେ ଏ ନେଇ ତଦନ୍ତ ଜାରି ରଖିଛନ୍ତି । ହ୍ୟାକର୍‌ ଭାରତ ଭିତରର କିମ୍ବା ବାହାର ଦେଶର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଅଧିକ ତନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର