PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ପୁତୁରା ଆକ୍ରମଣରେ ଖୁଡ଼ୀ ଓ ଭାଇ ଗୁରୁତର

ଜଳେଶ୍ଵର, ୦୯/୦୩ : ପୁତୁରା ଆକ୍ରମଣରେ ଖୁଡ଼ୀ ଓ ଭାଇ ଗୁରୁତର। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଧୁବାଚକୁରି ଗ୍ରାମରେ ଆଜି ସକାଳେ ଜମିଜମା ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଧୁବାଚକୁରି ଗ୍ରାମର ଆଜି ସକାଳେ କାହ୍ନୁଚରଣ ଜମିଜମାକୁ ନେଇ ବନ୍ଧୁଙ୍କ ସହ କୌଣସି କଥା ଆଲୋଚନା କରୁଥିବା ବେଳେ ଖୁଡୀ ଉଷାବତୀ କାମିଳା ପ୍ରତିବାଦ କରିଥିଲେ। ଫଳରେ ପୁତୁରା କାହ୍ନୁଚରଣ ଉତ୍‌କ୍ଷିପ୍ତ ହୋଇ ଖୁଡୀ ଉପରକୁ ଆକ୍ରମଣ କରିଥିଲା। ଉଷାବତୀଙ୍କ ଚିତ୍କାର ଶୁଣି ତାଙ୍କ ପୁଅ ଉଦ୍ଧାର କରିବାକୁ ଯାଇଥିବା ବେଳେ ଆକ୍ରମଣର ଶୀକାର ହୋଇଥିଲା। କାହ୍ନୁଙ୍କ ଆକ୍ରମଣରେ ଉଭୟ ମାଆ ଓ ପୁଅ ଗୁରୁତର ହୋଇଥିବା ବେଳେ ନ୍ୟାୟ ପାଇଁ ବସ୍ତା ଥାନାର ଦ୍ଵାରସ୍ଥ ହୋଇଛନ୍ତି। ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି।