PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଭୋଗରାଇରେ ଲଭ୍, ସେକ୍ସ ଓ ଧୋକା: ସୋସିଆଲ ମିଡିଆରେ ଘୂରିବୁଲୁଛି ଛାତ୍ରୀଙ୍କ ସେକ୍ସ ଭିଡିଓ

ଜଳେଶ୍ୱର ୧୪/୭: ଭୋଗରାଇରେ ପୁଣି ଲଜ୍ଜା । ସୋସିଆଲ ମିଡିଆରେ ଘୂରି ବୁଲୁଛି ଛାତ୍ରୀଙ୍କ ବ୍ଲୁ ସିଡି । ବଲିଉଡ ଫିଲ୍ମ ‘ଲଭ୍, ସେକ୍ସ ଓ ଧୋକା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୋଗରାଇରେ ।  ପ୍ରଥମେ ଭଲପାଇବାର ଅଭିନୟ କରି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରେମିକ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗ ଆଣିଛନ୍ତି ନାବାଳିକା ଏବଂ ତାଙ୍କ ପରିବାର ଲୋକେ ।

ଭୋଗରାଇ ଅଞ୍ଚଳରେ ଏବେ ଚର୍ଚ୍ଚା । ଚର୍ଚ୍ଚାର କାରଣ ହେଉଛି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଛାତ୍ରୀଙ୍କ ବ୍ଲୁ ସିଡି । ସମ୍ପୃକ୍ତ ଛାତ୍ରୀ(ବୟସ ୧୬) ଜଣକ ଚନ୍ଦନେଶ୍ୱର ଆଖପାଖ ଅଞ୍ଚଳରେ ରୁହନ୍ତି । ଜଣେ ସମ୍ଭ୍ରାନ୍ତ ପରିବାରର ଝିଅ । କିନ୍ତୁ ଅଚାନକ ସୋସିଆଲ ମିଡିଆରେ ତାଙ୍କ ବ୍ଲୁ ସିଡି ବୁଲିବା ପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡକ ପଡିଛି । ପରେ ସବୁ ଘଟଣା ପଦାକୁ ଆସିଛି ।

ଭୋଗରାଇ ବ୍ଲକ୍ ହୁଗୁଳୀ ପଞ୍ଚାୟତ ଅଧୀନ ବିନ୍ଧାପଦ୍ମପୁର ଗାଁର ଚିନ୍ମୟ ସ୍ୱାଇଁଙ୍କ ପୁଅ ଓମକାର୍(ବୟସ ୧୯) ଏହି ଛାତ୍ରୀଙ୍କ ଭଲ ପାଇ ବସିଲେ । ସମସ୍ତଙ୍କ ଅଜାଣତରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଗତବର୍ଷ(୨୦୧୮) ଖରାଛୁଟିରେ ଉଭୟ ଦୀଘାର ଏକ ହୋଟେଲରେ ରହିବା ସହିତ ପରସ୍ପର ଶାରୀରିକ ସମ୍ପର୍କ ରଖିଥିଲେ । ଏହି ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଭିଡିଓ ଉତ୍ତୋଳନ କରିଥିଲେ ଓମକାର୍ । ଏହା ପରେ ଉଭୟ ନିଜ ନିଜ ଘରକୁ ଚାଲିଆସିଥିଲେ । ପରିବାର ଲୋକେ ଏହି ଘଟଣା ସମ୍ପର୍କରେ କିଛି ବି ଜାଣିନଥିଲେ ।

ତେବେ ଏହାର କିଛି ଦିନ ପରେ ଓମକାର, ଛାତ୍ରୀଙ୍କୁ ନିଜ ସହିତ ପୁଣି ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଛାତ୍ରୀ ଜଣକ ମନା କରିବାରୁ ସେ ହୋଟେଲରେ ଉତ୍ତୋଳନ କରିଥିବା ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବାର ଧମକ ଦେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏଭଳି ଲଗାତାର ଛାତ୍ରୀ ଜଣକ ତାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ । କିନ୍ତୁ ଗତ ୭ ତାରିଖ ଦିନ ଛାତ୍ରୀ ଜଣକ ଯୁବକଙ୍କ କଥାରେ  ରାଜି ନହେବାରୁ ସେ ସେହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ଏବଂ ତାଙ୍କ ପରିବାର ଲୋକେ । ପରେ ଅଭିଯୋଗ ପାଇ ଥାନା ଅଧିକାରୀ ଯୁବକଙ୍କ ଘରକୁ ଯାଇଥିଲେ କିନ୍ତୁ ଯୁବକ ଜଣକ ଫେରାର ଥିବା ଜଣା ପଡିଛି । 

୩ ଦିନ ତଳେ ବାଲେଶ୍ବର ଜିଲ୍ଲା ଭୋଗରାଇର ସାହାବାଜିପୁର ଅଞ୍ଚଳରେ ଏକ ହୋଟେଲରେ ଦୁଇ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଘଟଣା ପରେ ପୁଣି ଏମିତି ଏକ ଘଟଣାକୁ ସର୍ବସାଧାରଣରେ ନିନ୍ଦା କରାଯାଉଛି ।  ଭୋଗରାଇ ଭଳି ଶିକ୍ଷିତ ଓ ସଚେତନ ଲୋକେ ବାସ କରୁଥିବା ଅଞ୍ଚଳରେ ଏଭଳି ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ପ୍ରଘଟ ଘଟଣାକୁ ବୁଦ୍ଧିଜିବୀ ମହଲରେ ନାପସନ୍ଦ କରା ଯାଉଛି ।ଏହାକୁ ନେଇ ଝିଅର ବାପା ତାଳସାରୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଫେରାର ଥିବା ସମ୍ପୃକ୍ତ ଯୁବକକୁ ଖୋଜୁଛି ପୋଲିସ ।