ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଚା’ ବିକାଳୀ ପାଇଁ ଖେଳିଗଲା ଗୁଜବ, ଜଳଗାଓଁ ରେଳ ଦୁର୍ଘଟଣାର ଦୁଃଖଦ ଘଟଣାକୁ ବର୍ଣ୍ଣନା କଲେ ପ୍ରତ୍ୟକ୍ଷଦର୍ଶୀ…

Published By : Prameya | January 23, 2025 5:53 PM

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜଲଗାଓଁରେ ବୁଧବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଯିବା ଗୁଜବ ବ୍ୟାପିବା ପରେ ଅନେକ ଯାତ୍ରୀ ସେମାନଙ୍କ ବଗିରୁ ଡେଇଁପଡ଼ିଥିଲେ। ଏହି ସମୟରେ ଅନ୍ୟ ଏକ ଟ୍ରେନ୍ ଧକ୍କା ଦେବାରୁ ୧୩ ଜଣ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଜଣେ ଚା ବିକ୍ରେତା ନିଆଁ ଲାଗିଥିବାର ମିଥ୍ୟା ଦାବି କରି ଟ୍ରେନ୍‌ର ଜରୁରୀକାଳୀନ ଚେନ୍ ଟାଣି ଦେଇଥିଲେ, ଯାହା ଫଳରେ ଯାତ୍ରୀମାନେ ଭୟରେ ଟ୍ରେନ୍‌ରୁ ଡେଇଁପଡ଼ିଥିଲେ।

୧୨୫୩୩ ଲକ୍ଷ୍ନୌ-ମୁମ୍ବାଇ ପୁଷ୍ପକ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଆଁ ଲାଗିବାର ଭୟରେ ସେମାନଙ୍କ ବଗିରୁ ଡେଇଁପଡ଼ିଥିଲେ । ଆଉ ଏହି ସମୟରେ ପାର୍ଶ୍ଵବର୍ତ୍ତୀ ଟ୍ରାକ୍ ଦେଇ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କ ଉପରେ ମାଡ଼ି ଯିବାରୁ ଏହି ଦୁର୍ଘଟଣା ଘଟିଥିଲା।

ତେବେ ଏହି ସମ୍ପୂର୍ଣ୍ଣ ଘଟଣାକୁ ଜଣେ ପ୍ରତ୍ୟକ୍ଷଦର୍ଶୀ ଏବେ ବର୍ଣ୍ଣନା କରି କହିଛନ୍ତି। କହିଛନ୍ତି କି, ଜଣେ ଚା ବିକ୍ରେତା ଟ୍ରେନ୍‌ରେ ନିଆଁ ଲାଗିଥିବା ଦାବି କରି ଗୁଜବ ଆରମ୍ଭ କରିଥିଲେ । ସେ ନିଜେ ଜରୁରୀକାଳୀନ ଚେନ୍ ଟାଣିଥିଲେ, ଏବଂ ଟ୍ରେନ୍‌ର ଗତି କମିଯିବାରୁ, ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଏକ ପ୍ରାଣପଣେ ଚେଷ୍ଟା କରି ବାହାରକୁ ଡେଇଁପଡ଼ିବା ଆରମ୍ଭ କରିଥିଲେ।"

ସେ ଆହୁରି ମଧ୍ୟ କହିଛନ୍ତି,"କିଛି ଲୋକ ବାଙ୍ଗାଲୋର ଏକ୍ସପ୍ରେସ ଯାଉଥିବା ଟ୍ରାକ ଉପରକୁ ସିଧାସଳଖ ଡେଇଁ ପଡ଼ିଥିଲେ ଏବଂ ସେମାନେ ଚାପି ହୋଇ ଦୁଃଖଦ ଭାବରେ ପ୍ରାଣ ହରାଇଥିଲେ।"

ତେବେ ପରିସ୍ଥିତି ଆହୁରି ଖରାପ ହୋଇଥାନ୍ତା, କାରଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିପରୀତ ଦିଗରେ ଡେଇଁ ପଡ଼ିଥିବା ଅନ୍ୟ ଶହ ଶହ ଯାତ୍ରୀଙ୍କୁ ରକ୍ଷା କରାଯାଇଥିଲା କାରଣ ସେଠାରେ କୌଣସି ଟ୍ରାକ ନଥିଲା। ଯଦି ସେମାନେ ଟ୍ରାକ ପାର୍ଶ୍ୱରେ ଡେଇଁ ପଡ଼ିଥାନ୍ତେ, ତେବେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା। 

ତେବେ ବୁଧବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଛି । ସ୍ୱତନ୍ତ୍ର ପୋଲିସ ମହାନିରୀକ୍ଷକ ଦତ୍ତାତ୍ରୟ କରାଲେ ନିଶ୍ଚିତ କରିଛନ୍ତି ଯେ ୧୩ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ସେମାନଙ୍କର ଆଧାର କାର୍ଡ ମାଧ୍ୟମରେ ଚିହ୍ନଟ କରାଯାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳଗାଓଁରେ ଘଟିଥିବା ଦୁଃଖଦ ଟ୍ରେନ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ X ରେ ଏକ ପୋଷ୍ଟରେ କହିଛି ଯେ,"ମହାରାଷ୍ଟ୍ରର ଜଳଗାଓଁରେ ରେଳ ଟ୍ରାକରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ମୁଁ ମର୍ମାହତ। ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି ଏବଂ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। କର୍ତ୍ତୃପକ୍ଷ ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ମୃତକଙ୍କ ପରିବାର ପାଇଁ ରେଳ ମନ୍ତ୍ରଣାଳୟ ପ୍ରତ୍ୟେକଙ୍କୁ ୧.୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛି। ଗୁରୁତର ଆହତଙ୍କୁ ୫୦,୦୦୦ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫,୦୦୦ ଟଙ୍କା ଘୋଷଣା କରାଯାଇଛି । 

ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୀଡିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାର ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.