ଜଳିଗଲା ୩ ଜବତ ଗାଡି, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

କୋରାପୁଟ, ୦୮/୦୩ : ଜଳିଗଲା ପୋଲିସ ଜବତ କରିଥିବା ଗାଡି। କୋରାପୁଟ ଟାଉନ୍ ଥାନା ପକ୍ଷରୁ ବିଭିନ୍ନ ମାମଲାରେ ଜବତ ହୋଇଥିବା କିଛି ଗାଡ଼ି ଜଳିଯାଇଛି। ଏହାର କାରଣ ଜଣା ପଡିନଥିବା ବେଳେ ପୁଲିସ ପକ୍ଷରୁ ଏହାର ତଦନ୍ତ କରାଯାଉଛି।
ସୂଚନାନୁଯାୟୀ, କୋରାପୁଟ ଟାଉନ୍ ଥାନା ପକ୍ଷରୁ ଜବତ ଗାଡ଼ି ଗୁଡିକୁ ହକି ଫିଲ୍ଡରେ ରଖାଯାଇଥିଲା। ବୁଧବାର ସକାଳେ ଏଠାକାର ଏକ ଗାଡ଼ି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାପରେ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପ୍ରାୟ ୩ ଟି ଗାଡ଼ି ଜାଳି ଯାଇଥିବା ଜଣାପଡ଼ିଛି।