ଜାମ୍ମୁ-କାଶ୍ମୀରରେ ଭୟଙ୍କର ଦୁର୍ଘଟଣା, ଖାଲକୁ କାର ଖସି ୭ ମୃତ

କିଶତୱାଡ,୨୪।୫: ଜାମ୍ମୁ-କାଶ୍ମୀରର କିଶତୱାଡରେ ବଡ଼ ଧରଣର ଦୁର୍ଘଟଣା। ବୁଧବାର ଘଟିଥିବା ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୮.୩୫ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା। ଡଙ୍ଗଡୁର ପାଓ୍ବାର ପ୍ରୋଜେକ୍ଟ ପ୍ରକଳ୍ପର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ କ୍ରୁଜର କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା। ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
ଏହି ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ,ବର୍ତ୍ତମାନ ଡିସି କିଶତଓ୍ବାଡା ଡକ୍ଟର ଦେବାଶ ଯାଦବ ଡଙ୍ଗଡୁରୁ ଡ୍ୟାମରେ ଘଟିଥିବା ଦୁର୍ଭାଗ୍ୟଜନକ ସଡକ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲା ହସ୍ପିଟାଲ କିଶତଓ୍ବାଡା ବା ଜିଏମ୍ସି ଡୋଡାକୁ ସ୍ଥାନାନ୍ତରିତ କରାଯାଉଛି। ଆବଶ୍ୟକତା ଅନୁସାରେ ଆହତଙ୍କୁ, ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ।