ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ, ଜଣେ ଗୁରୁତର

କାମାକ୍ଷାନଗର,୬।୭ ପରଜଙ୍ଗ ଥାନା ଚାଉଳିଆଝରଣ ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ପଥରଗଡ ଗ୍ରାମର ବାଉଁଷମୁଣ୍ଡା ସାହିର ଅର୍ଜୁନ ସୋରେନ। ସେ ଏକ ହତ୍ୟାକାଣ୍ଡ ଘଟଣାରେ ଆଜୀବନ ସଜା କାଟୁଥିଲେ। ସେ ପାରୋଲରେ ଆସି ଘରେ ରହୁଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ପୋଲିସ ତଦନ୍ତ କରୁଛି।