ଦୁଇ ବାଇକ ମଧ୍ୟରେ ଧକ୍କା, ଜଣେ ମୃତ

ବଘିଆପଡ଼ା,୨୨/୫:ବୌଦ୍ଧ ଥାନା ବଘିଆପଡ଼ା-ଦେବଗଡ ରାସ୍ତା ବ୍ରାହ୍ମଣୀପାଲି ଛକ ନିକଟରେ ଦୁଇ ବାଇକ ମୁହା ମୁଁହି ଧକ୍କା ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ମୃତକ ହେଲେ ବାମଣ୍ଡା ଗ୍ରାମର ପପୁନ ସେଠି ଓ ଗୁରୁତର ହେଲେ କନକପୁର ଗ୍ରାମର ରାଜ କିଶୋର ମୁନା । ଗୁରୁତରଙ୍କୁ ପ୍ରଥମେ ବୌଦ୍ଧ ମେଡିକାଲ ପରେ ବୁର୍ଲା ସ୍ଥାନାନ୍ତରିତ କରଯାଇଛି ।
ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କନକପୁର ଗ୍ରାମର ରାଜ କିଶୋର ମୁନା ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବମଣ୍ଡା ଗ୍ରାମର ପପୁନ ସେଠି ଆଉ ଏକ ବାଇକ ଯୋଗେ ଆସୁଥିଲେ। ବଘିଆପଡ଼ା-ଦେବଗଡ ରାସ୍ତା ବ୍ରାହ୍ମଣୀପାଲି ଛକ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପପୁନ ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ କିଶୋରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।