ଭାରସାମ୍ୟ ହରାଇ ଓଲଟିଲା ଲୁହା ବୋଝେଇ ଟ୍ରକ : ଜଣେ ମୃତ, ୨ ଗୁରୁତର

କରଞ୍ଜିଆ, ୨୨।୫ ଭାରସାମ୍ୟ ହରାଇ ଓଲଟିଲା ଲୁହା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।ଗୁରୁତର ଙ୍କୁ ଯଶୀପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ଦମ୍ପତ୍ତି
ଲୁହା ସାମଗ୍ରୀ ବୋଝେଇ କରି ଏକ ୧୦ ଚକିଆ ଟ୍ରକ ଯାଉଥିଲା। ୪୯ ନଂ ଜାତୀୟ ରାଜପଥ ଗହିରା ବାଙ୍କ ନିକଟରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ୨ ଜଣ ଗୁରୁତର ହୋଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଯଶୀପୁର ମେଡିକାଲରେ ଭର୍ତ୍ତି କରିଛି। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ଯଶୀପୁର ପୋଲିସ ଘଟଣାର ତଦନ୍ତ କରୁଛି।