ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ନୂଆପଡ଼ା,୨୩।୧(ଆପ୍ର): ନୂଆପଡ଼ା ଜିଲ୍ଲା କୋମନା ଥାନା ଦରଲିପଡ଼ା ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବାଇକ ଅରୋହୀ ସିଆଲଲଟି ଗାଁର ହୀରାସିଂ ଧରୁଆ(୨୮) ।ସିଆଲଲଟି ଗାଁର ହୀରାସିଂ ମାଲଭଟା ଗାଁରେ ଟ୍ରାକ୍ଟର ଚଳାଉଥିଲେ । ସନ୍ଧ୍ୟାରେ କାମ ସାରି ନିଜ ବାଇକ(ଓଡ଼ି ୨୬ ସି ୨୮୧୭)ରେ ନିଜ ଗାଁକୁ ଫେରୁଥିଲେ । ଦରଲିପଡ଼ା ଛକରେ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା । ଏଥିରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ତରବୋଡ଼ ଫାଣ୍ଡି ପୁଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡି ଓ ମୃତଦେହକୁ ଜବତ କରି ତଦନ୍ତ କରିଛି ।