PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଦୁର୍ଘଟଣାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ମାଲକାନଗିରି, ୨୨।୫ ମାଲକାନଗିରି ଜିଲ୍ଲା ଗୋଟିଯୋଡି ଗାଁ ନିକଟରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣକ ହେଲେ ଭାଲୁଗୁଡା ଗ୍ରାମର ଗୁରୁ ହନ୍ତାଳ। କ୍ଷତିପୂରଣ ଦାବିରେ ମୃତଦେହ ଜାତୀୟ ରାଜପଥରେ ରଖି ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।

ମାଲକାନଗିରି ଜିଲ୍ଲା ଗୋଟିଯୋଡି ଗାଁ ନିକଟରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏଥିରେ ଗୁରୁ ହନ୍ତାଳ ନାମକ ଜଣେ  ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ମେଡିକାଲ ନିଆଯାଉଥିବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା  ।  ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। କ୍ଷତିପୂରଣ ଦାବୀରେ ଗାଁ ଲୋକେ ମୃତଦେହ ରଖି ମାଲକାନଗିରି ଜୟପୁର ୩୨୬  ନମ୍ବର ଜାତୀୟ ରାଜପଥ ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି ।

ଫଳରେ ମାଲକାନଗିରି ଠାରୁ ଜୟପୁର ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜ ପଥରେ ଅନେକ ଯାନ ବାହାନ ଅଟକି ରହିଛି। ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି । ହେଲେ କାର ଚାଳକଙ୍କୂ ଗିରଫ ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଭାଲୁଗୁଡା ଗାଁ ଲୋକେ କହିଛନ୍ତି । ମୃତ ଗୁରୁ ହନ୍ତାଳ କାମ ସାରି ନିଜ ଗାଁ ଭାଲୁଗୁଡା ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।