ବଜ୍ରପାତରେ ଗୋଟିଏ ପରିବାରର ଜଣେ ମୃତ, ୭ ଆହତ

ଲମତାପୁଟ, ୧୭।୫ କୋରାପୁଟ ଜିଲ୍ଲା ଲମତାପୁଟରେ ବଜ୍ରପାତରେ ଗୋଟିଏ ପରିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ଜଣକ ହେଲେ ଲମତାପୁଟ ବ୍ଲକ ସିଲପଡା ଗାଁରେ ଦୁର୍ଗା କ୍ରିସାନୀ ।
ଲମତାପୁଟ ବ୍ଲକ ସିଲପଡା ଗାଁର ସାଦୁ କ୍ରୀସାନୀ ଓ ତାଙ୍କ ଭାଇର ପରିବାର ଘର ଦାଣ୍ଡରେ ବସିଥିବାବେଳେ କିଛି ଦୂରରେ ବଜ୍ରପାତ ପଡିଥିଲା । ତାର ପ୍ରଭାବରେ ସାଦୁଙ୍କ ସ୍ତ୍ରୀ ଦୁର୍ଗା କିରସାନୀର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ପରିବାର ଅନ୍ୟ ୭ଜଣ ଆହତ ହୋଇଥିଲେ । ସେଥିମଧ୍ୟରୁ ୫ ମହିଳା ୨ ପୁରୁଷ ଅଛନ୍ତି । ୭ ଆହତ ଜଣକୁ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜରୁରୀ ଚିକିତ୍ସା କରାଯାଇଥିଲା । ଆହତଙ୍କ ମଧ୍ୟରୁ ୪ ଜଣକ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ବେଳେ ୩ ଜଣକ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।