PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମାଡୁଛି ଜଙ୍ଗଲ ନିଆଁ, ୫୦ରୁ ଅଧିକ ସ୍ଥାନରେ ହୁତ୍‌ହୁତ୍‌ ହୋଇ ଜଳୁଛି

୩ ଜିଲ୍ଲାର ୪ ରେଞ୍ଜରେ ବଡ଼ ନିଆଁ

ଭୁବନେଶ୍ୱର,୨୯/୦୭: ରାଜ୍ୟରେ ମାଡ଼ିଚାଲିଛି ବନାଗ୍ନି । ଜଙ୍ଗଲ ନିଆଁ ହୁତ୍‌ହୁତ୍‌ ହୋଇ ଜଳୁଛି । ୫୦ରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଛି । ନବରଙ୍ଗପୁର, ଖରିଆର, କୋରାପୁଟ, କଳାହାଣ୍ଡି ଦକ୍ଷିଣ, ମଇଦଲପୁର, ଡାବୁଗାଁ, ରାୟଗଡା, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବାଲିଗୁଡା, ବାମରା, ରାଉରକେଲା, ମାଲକାନଗିରି ଓ ଜୟପୁର ଡିଭିଜନର ଏକାଧିକ ସ୍ଥାନରେ ଜଙ୍ଗଲ ଜଳୁଛି । କିଛି ଜାଗାରେ ବଡ ବନାଗ୍ନି ଲିଭିବାର ନାଁ ନେଉନି । ଫଳରେ ଭୟଙ୍କର ସ୍ଥିତି ସୃଷ୍ଟି ହେଲାଣି ।

ଭାରତୀୟ ବନ ସର୍ବେକ୍ଷଣ(ଏଫଏସ୍‌ଆଇ) ୱେବସାଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ ୪ ରେଞ୍ଜରେ ବଡଧରଣର ନିଆଁ ବ୍ୟାପିଛି । ନବରଙ୍ଗପୁର ଜିଲ୍ଲାର ଝରିଗାଁ ରେଞ୍ଜର ଧାନପୁର ବିଟ୍‌ ଓ କୋଙ୍ଗରା ବ୍ଲକ୍‌ ବିଟ୍‌ ପାଖରେ ନିଆଁ ବ୍ୟାପିଛି । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ରେଞ୍ଜ ଓ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ଜଙ୍ଗଲ ନିଆଁ ମାଡିଚାଲିଛି ।

ସେହିଭଳି ରାଜ୍ୟର ୫୦ରୁ ଅଧିକ ଅନ୍ୟ ସ୍ଥାନରେ ଜଙ୍ଗଲ ଜଳୁଛି । କୋରାପୁଟ ଜିଲ୍ଲାର ଜୟପୁର ଡିଭିଜନର ୧୦ରୁ ଅଧିକ ସ୍ଥାନ ଓ ନବରଙ୍ଗପୁର ଡିଭିଜନର ୨୪ ସ୍ଥାନରେ ବଡ଼ଧରଣର ଅଗ୍ନିକାଣ୍ଡ ହୋଇଛି । କଳାହାଣ୍ଡି ଡିଭିଜନର ୭ ସ୍ଥାନ, ବାଲିଗୁଡା ଡିଜିଭନର ୬ ସ୍ଥାନ, ରାୟଗଡା ଡିଜିଭନରେ ଆସୁଥିବା ଜଙ୍ଗଲର ୪ ସ୍ଥାନରେ ନିଆଁ ଲାଗିଛି । ମାଘ ମାସରେ ତାତି ବଢୁଥିବାରୁ ଜଙ୍ଗଲ ନିଆଁ କ୍ରମଶଃ ବ୍ୟାପୁଛି ବୋଲି ଜଙ୍ଗଲ ଓ ପରିବେଶ ବିଶେଷଜ୍ଞମାନେ ମତ ଦେଇଛନ୍ତି । ପୂର୍ବତନ ପିସିସିଏଫ୍‌ ବିକେ ପଟ୍ଟନାୟକ କହିଛନ୍ତି, ଖରାଦିନରେ ଜଙ୍ଗଲରେ ନିଆଁ ଲାଗେ। କିନ୍ତୁ ଏବେ ଦିନର ତାତି ବଢି ଯାଇଛି । ଗଛର ପତ୍ରଝଡା ଯୋଗୁ କୌଣସି ସ୍ଥାନରେ ନିଆଁ ଲାଗିଲେ ଏହା ତ୍ୱରିତ୍‌ ବେଗରେ ବ୍ୟାପୁଛି ।

ଜାଣତରେ ହେଉ ବା ଅଜାଣତରେ ଜଙ୍ଗଲରେ ଛୋଟ ନିଆଁ ବଡ ଧରଣର ରୂପ ନେଉଛି । ଏହାକୁ ରୋକିବାକୁ ବନବିଭାଗ ଶୀଘ୍ର ପଦକ୍ଷେପ ନେବା ଜରୁରୀ। ଏଥିପାଇଁ ଜଙ୍ଗଲରେ ଫାୟାର ଲାଇନ୍‌ କାଟିବା ସହ ପତ୍ରଝଡା ଦେଇଥିବା ଗଛର ପତ୍ରକୁ ନିୟନ୍ତ୍ରିତ ନିଆଁ ମାଧ୍ୟମରେ ଏକାଠି କରି ଏହାକୁ ପୋଡି ଦେବା ଦରକାର । କିଛି ସ୍ଥାନରେ ଅଗ୍ନିଶମବାହିନୀ ସହାୟତାରେ ନିଆଁକୁ ଲିଭାଇବା ଦରକାର । ସ୍ଥାନୀୟ ଲୋକଙ୍କ ସହଯୋଗରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ବନବିଭାଗ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର