ମୁମ୍ବାଇ,୨୮/୦୮: ଆସନ୍ତାକାଲି  ଥିଏଟରକୁ ଆସିବ ନର୍ଥ-ସାଉଥ୍‌ ଥିମ୍‌ରେ ନିର୍ମିତ ରୋମାଣ୍ଟିକ୍‌ ଫିଲ୍ମ ‘ପରମ ସୁନ୍ଦରୀ’ । ସିଦ୍ଧାର୍ଥ ମଲହୋତ୍ରା-ଜାହ୍ନବୀ କପୁର ଷ୍ଟାରର୍‌ ଏହି ଫିଲ୍ମକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ରହିଛି । ସେହିପରି ଫିଲ୍ମକୁ ସେନ୍ସର୍‌ ବୋର୍ଡ ଦ୍ୱାରା ଗ୍ରୀନ୍‌ ସିଗ୍‌ନାଲ ମିଳିଛି । ଏହାର ଲୋକପ୍ରିୟ ରୋମାଣ୍ଟିକ୍‌ ଗୀତ ‘ପରଦେଶୀୟା’ରେ କୌଣସି କାଣ୍ଟ୍‌ଛାଟ କରାଯାଇ ନାହିଁ । କିନ୍ତୁ କିଛି ଡାଇଲଗ୍‌ରେ ଶବ୍ଦଗୁଡ଼ିକୁ ମ୍ୟୁଟ୍‌ କରାଯାଇଛି । ସେହିପରି ଫିଲ୍ମର କୌଣସି ସିନ୍‌କୁ କଟାଯାଇ ନାହିଁ । 

ନିକଟରେ ମୁକ୍ତିପ୍ରାପ୍ତ ‘ସୈୟାରା’ ଓ ‘ୱାର୍‌-୨’ ଭଳି ଫିଲ୍ମର କିଛି ଅନ୍ତରଙ୍ଗ ଦୃଶ୍ୟକୁ ହଟାଇଥିଲା ସେନ୍ସର୍‌ ବୋର୍ଡ । ସେଥିପାଇଁ କୁହାଯାଉଥିଲା ଯେ ‘ପରମ ସୁନ୍ଦରୀ’ର ଗୀତ ‘ଭିଗି ସାଡ଼ି’ରେ ମଧ୍ୟ ସେନ୍ସର୍‌ ବୋର୍ଡ କଇଁଚି ଚଲାଇବ । କିନ୍ତୁ ସେମିତି କିଛି ହୋଇନି । କେବଳ କିଛି ଡାଇଲଗ୍‌ ବଦଳାଇବାକୁ ନିର୍ଦ୍ଦେଶ ଦେଇଛି । ଏଥିସହିତ ଫିଲ୍ମକୁ ୟୁ/ଏ ୧୩ ପ୍ଲସ୍‌ ପ୍ରମାଣପତ୍ର ମିଳିଛି । ଫିଲ୍ମର ଅବଧି ୨ ଘଣ୍ଟା ୧୬ ମିନିଟ୍‌ ରହିବ । ପୂର୍ବରୁ ଏହି ଫିଲ୍ମ ୨୫ ଅଗଷ୍ଟରେ ହେବ ବୋଲି କୁହାଯାଇଥିଲା । ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖରେ ବୃଦ୍ଧି କରି ୨୯ରେ 'ପରମ ସୁନ୍ଦରୀ' ପରଦାରେ ରିଲିଜ ହେବ ।

'ପରମ ସୁନ୍ଦରୀ' ଫିଲ୍ମ ବିଷୟରେ କହିବାକୁ ଗଲେ, ପରମ ସୁନ୍ଦରୀ'ରେ ସିଦ୍ଧାର୍ଥ ଦିଲ୍ଲୀର ଜଣେ ଧନୀ କିମ୍ବା ଜଣେ ବଡ଼ ବ୍ୟବସାୟୀ ପରମ ଭୂମିକାରେ ଅଭିନୟ କରୁଛନ୍ତି । ଅନ୍ୟପକ୍ଷରେ, ଜାହ୍ନବୀ ଜଣେ ଝିଅ (ସୁନ୍ଦରୀ) ଭୂମିକାରେ ଅଭିନୟ କରୁଛନ୍ତି ଯିଏ କେରଳର ଏବଂ ପେଶାରେ ଜଣେ କଳାକାର, ଯିଏ ତାଙ୍କ ପରମ୍ପରା ଏବଂ ନୀତି ଉପରେ ଦୃଢ଼ । ଫିଲ୍ମଟି ଦେଖାଯିବ ଯେ କିପରି ସମ୍ପୂର୍ଣ୍ଣ ଭିନ୍ନ ସ୍ୱଭାବର ଦୁଇଜଣ ବ୍ୟକ୍ତି ପରସ୍ପରକୁ ପ୍ରେମ କରନ୍ତି । ଏହି ଫିଲ୍ମଟି ସେମାନଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହେବ । ମ୍ୟାଡକ୍ ଫିଲ୍ମସ୍, ପ୍ରଯୋଜକ ଦିନେଶ ବିଜନଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ଜଲୋଟା, ଯିଏ ପୂର୍ବରୁ ୨୦୨୨ ଫିଲ୍ମ 'ଦସଭି' ନିର୍ଦ୍ଦେଶନା ଦେଇଛନ୍ତି।