PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ, ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମୋଦିଙ୍କ ସହ କରିବେ ଆଲୋଚନା…  

ନୂଆଦିଲ୍ଲୀ: ଭାରତ-ଜାପାନ କୂଟନୈତିକ ସମ୍ପର୍କ ଚଳିତ ବର୍ଷ ଏକ ନୂତନ ଶୀର୍ଷତାରେ ପହଞ୍ଚିବାକୁ ଯାଉଛି । ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓଙ୍କ ଭାରତ ଗସ୍ତକୁ ପ୍ରସ୍ତୁତି ଜୋରଦାର ହୋଇଛି । ମାର୍ଚ୍ଚ ୨୦ ରେ ଦୁଇ ଦିନିଆ ଗସ୍ତରେ ଫୁମିଓ ଭାରତ ଆସୁଛନ୍ତି । ମାର୍ଚ୍ଚ ୨୧ରେ ସେ ଜାପାନ ଫେରିଯିବେ । ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଫୁମିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭାରତ-ଜାପାନ ଶିଖର ସମ୍ମିଳନୀରେ ସାମିଲ୍ ହେବାକୁ ଯାଉଛନ୍ତି । ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସହ ଜଡିତ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବେ ।

ମାର୍ଚ୍ଚ ୨୦ ସକାଳ ୮.୦୫ରେ କିସିଡା ଫୁମିଓ ଭାରତ ମାଟିରେ ଅବତରଣ କରିବେ । ଏହା ପରେ ସେ ସକାଳ ୧୦.୪୫ ରେ ଦିଲ୍ଲୀରୁ ରାଜଘାଟ ଅଭିମୁଖେ ବାହାରିବେ ଏବଂ ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାର କିଛି ସମୟ ପରେ, ସକାଳ ପ୍ରାୟ ୧୧.୧୫ ସମୟରେ ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଅପରାହ୍ନ ୧୨.୪୦ ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ନିଜେ ହାଇଦ୍ରାବାଦ ହାଉସରେ ପ୍ରେସ ସାମ୍ନାରେ ନିଜର କଥା ରଖିବେ ।

ଏହା ପରେ ସେ ଅପରାହ୍ନ ୨.୧୫ରେ ସୁଷମା ସ୍ୱରାଜ ଭବନରେ ୪୧ ତମ ସପ୍ରୁ ହାଉସର ଅଧ୍ୟାପନାରେ ଯୋଗଦେବେ ଏବଂ ଶେଷରେ ଅପରାହ୍ନ ୫ ଟାରେ ବାଲ ବୋଧି ଗଛ ପରିଦର୍ଶନ କରିବେ ଏବଂ ପରଦିନ ଅର୍ଥାତ୍ ମାର୍ଚ୍ଚ ୨୧ରେ ସେ ଜାପାନ ଫେରିଯିବେ । ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଉଭୟ ଜାପାନ ଏବଂ ଭାରତ ଏକ ବଡ ଅନ୍ତରାଷ୍ଟ୍ରୀୟ ଦାୟିତ୍ବ ପୂରଣ କରିବାକୁ କାର୍ଯ୍ୟ କରୁଛନ୍ତି । ଗୋଟିଏ ପଟେ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥନୈତିକ ସମୁହ G20 ର ଅଧ୍ୟକ୍ଷତା କରୁଥିବାବେଳେ ଅନ୍ୟପଟେ ଜାପାନ ବିଶ୍ୱର ସବୁଠାରୁ ବିକଶିତ ଦେଶର G7 ସମୁହ ଉପରେ ଅଧ୍ୟକ୍ଷତା କରୁଛି । ବିଶ୍ୱସ୍ତରୀୟ ଦୃଷ୍ଟିକୋଣରୁ ଉଭୟ ଦେଶ ପାଇଁ ଏହି ଗୋଷ୍ଠୀର ଅଧ୍ୟକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସମ୍ବନ୍ଧିତ ଖବର