ନୂଆଦିଲ୍ଲୀ,୮।୪: ଆଇପିଏଲ୍ ୨୦୨୬ରେ ଗତ ମଙ୍ଗଳବାର ଶେଷରେ ସେହି ଫାଇଟ୍ ଦେଖିବାକୁ ମିଳିଥିଲା, ଯାହାଙ୍କୁ ଖୁବ୍ ଉତ୍ସାହର ସହ କ୍ରିକେଟ୍ ପ୍ରେମୀ ଅପେକ୍ଷା କରିଥିଲେ। ୧୫ ବର୍ଷର ବୈଭବ ସୂର୍ଯ୍ୟବଂଶୀ ଓ ମହାନ ବୋଲର ଜସପ୍ରିତ ବୁମରା ମୁହାଁମୁହିଁ ହୋଇଥିଲେ। ଗୌହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍ ପୂର୍ବରୁ ଉଭୟଙ୍କ ମଧ୍ୟରେ ଏହି ବାଟେଲକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଦୁହିଁଙ୍କ ଲଢେଇ ଖୁବ୍ ଚର୍ଚ୍ଚାରେ ଥିଲା। ୧୫ ବର୍ଷର ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ନିଜର ଧୂଆଁଧାର ବ୍ୟାଟିଂ ପାଇଁ ଖୁବ୍ ପରିଚିତ। ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ବୁମରାଙ୍କ ଭଳି ବୋଲରଙ୍କ ଆଗରେ କ’ଣ ବୈଭବ ବିନା ଭୟରେ ବ୍ୟାଟିଂ କରିବେ? ତେବେ ବୈଭବ ନିଜର ଖେଳିବାର ଷ୍ଟାଇଲ ବଦଳାଇ ନଥିଲେ। ଆହୁରି ଆକ୍ରାମକ ହୋଇ ବୁମରାଙ୍କ ସାମନା କରିଥିଲେ।
ବୈଭବ ଜିତିଲେ ପ୍ରଥମ ରାଉଣ୍ଡ
ବୈଭବ ସୂର୍ଯ୍ୟବଂଶୀ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଜସପ୍ରିତ ବୁମରାଙ୍କ ସାମ୍ନା କରୁଥିଲେ। ସେ ପାଞ୍ଚଟି ବଲ୍ ସାମ୍ନା କରି ବୁମରାହଙ୍କ ବିପକ୍ଷରେ ୧୩ ରନ୍ କରିଥିଲେ, ୨୬୦ ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟିଂ କରିଥିଲେ। ସେ ବୁମରାହଙ୍କ ବଲରେ ଦୁଇଟି ଛକା ମାରିଥିଲେ, ସବୁଠାରୁ ବଡ଼ କଥା ହେଲା ପ୍ରଥମ ଛକା ପ୍ରଥମ ବଲ୍ ରୁ ହିଁ ଆସିଥିଲା। ଏହିପରି ବୁମରା ବି ଆଶା କରିନଥିଲେ ପ୍ରଥମ ବଲ୍ରୁ ଛକା ମାରିବେ। ବୈଭବଙ୍କ ଛକା ପରେ ବୁମରାଙ୍କୁ ହସୁଥିବାର ଦେଖିବାକୁ ମିଳିଥିଲା। ବୈଭବ ସୂର୍ଯ୍ୟବଂଶୀ ଜସପ୍ରିତ ବୁମରାହଙ୍କ ବିପକ୍ଷରେ ପ୍ରଥମ ରାଉଣ୍ଡ ଜିତିଛନ୍ତି। ଯଦି ସ୍କୋରବୋର୍ଡ ଦେଖିଲେ, ସମସ୍ତେ କହିବେ ବୈଭବ ସୂର୍ଯ୍ୟବଂଶୀ ଭାରି ପଡିଲେ, କିନ୍ତୁ ବାସ୍ତବତା ଟିକିଏ ଭିନ୍ନ। ବୈଭବ ସୂର୍ଯ୍ୟବଂଶୀ ଯେଉଁ ଭଳି ଭାବରେ ବୁମରାହଙ୍କ ବଲକୁ ଖେଳିଥିଲେ, ତା’ର କ୍ରେଡିଟ୍ କେହି ଛଡାଇ ନେଇ ପାରିବେନି। ବୁମରାହଙ୍କ ବିପକ୍ଷରେ ଏଭଳି ଭୟହୀନ ଭାବରେ ବ୍ୟାଟିଂ କରିବା ପାଇଁ ସାହାସ ଦରକାର, ଯାହାକି ୧୫ ବର୍ଷର ଖେଳାଳି ଦେଖାଇଛନ୍ତି। ପୁରା ମ୍ୟାଚ୍ରେ ବୈଭବ ୧୪ ବଲ୍ରେ ମୋଟ ୩୯ ରନ୍ କରିଥିଲେ। ଏହି ସମୟରେ ସେ ୫ ଛକା ଓ ଗୋଟିଏ ଚୌକା ମାରିଥିଲେ। ଶାର୍ଦୁଳ ଠାକୁରଙ୍କ ବଲ୍ରେ ବୈଭବ ୩୯ ରନ୍ରେ ଆଉଟ୍ ହୋଇଥିଲେ।କିନ୍ତୁ ଏହାକୁ ବୁମରାହଙ୍କ ଉପରେ ତାଙ୍କର ପ୍ରାଧାନ୍ୟ କହିବା... ଟିକେ ଭୁଲ ହେବ। କାହିଁକି ତାହା ବୁଝାଇବା।
ଛକା ପରେ ବୁମରାଙ୍କ କମବ୍ୟାକ୍
ବୈଭବ ଦୁଇଟି ଛକା ମାରିବା ପରେ, ଭାରତ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଜସପ୍ରିତ ବୁମରାହ ଏକ ଉଲ୍ଲେଖନୀୟ କମ୍ବ୍ୟାକ୍ କରିଥିଲେ, ଯାହା ବିଷୟରେ କେହି କଥା ହେଉନାହାଁନ୍ତି, କାରଣ ସଂଖ୍ୟା ଦୃଷ୍ଟିରୁ ଯଦିଓ ବୈଭବ ଏହି ଲଢେଇରେ ବିଜୟୀ ହୋଇଥିଲେ। ତେବେ ବୁମରାଙ୍କ ଶେଷ ଦୁଇଟି ବଲରେ ବୈଭବ ଆଦୌ କମଫର୍ଟ ନଥିଲେ। ବୁମରାଙ୍କ ସେହି ଦୁଇଟି ବଲ୍ ରେ ଗୋଟିଏ ବି ରନ୍ ସଂଗ୍ରହ କରିପାରି ନଥିଲେ ବୈଭବ।
ଶେଷ ଦୁଇ ଘାତକ ବଲ୍
-ଗୋଟିଏ ବଲ ଫୁଲ୍ ଟସ୍ ଥିଲା, ଯାହାକୁ ବୈଭବ ସଟ୍ ଖେଳିବାକୁ ଯାଇ ମିସ୍ କରିଥିଲେ। ପରବର୍ତ୍ତୀ ବଲଟି ଏକ ଡିପ୍ କରି ଲୋୟର ଫୁଲ୍ ଟସ୍ ଥିଲା ଯାହା ସିଧାସଳଖ ସୂର୍ଯ୍ୟବଂଶୀଙ୍କ ପ୍ୟାଡ୍ରେ ବାଜିଥିଲା।
-ସେ ଏହି ବଲକୁ ଫ୍ଲିକ୍ କଲେ, ଏବଂ ଏହା ସିଧା ୱିକେଟରେ ଥିବା ଫିଲ୍ଡରଙ୍କ ପାଖକୁ ଚାଲିଗଲା। ବୁମରାହ ଦୁଇଟି ଛକା ଭିତରେ ପକାଇଥିବା ଗୋଟିଏ ବଲ ମଧ୍ୟ ଖୁବ୍ ଚମତ୍କାର ଥିଲା।
-ବୁମରା ବ୍ୟାକ୍-ଅଫ୍-ଲେନ୍ଥ ବଲ କରିଥିଲେ । ଏଥିରେ ଗୋଟିଏ ବି ପେସ୍ ଦେଇନଥିଲେ। ଏହି ବଲରୁ ବୈଭବ କେବଳ ଗୋଟିଏ ବଲ ସିଙ୍ଗିଲ୍ ରନ୍ କରିପାରିଥିଲେ।
-ଏହା ସୂଚାଇ ଦିଏ ଯେ ବୈଭବଙ୍କ ରେଞ୍ଜରେ ଯେତେବେଳେ ବଲ୍ ଆସେ ସେ ବିପଜ୍ଜନକ ବ୍ୟାଟିଂ କରିପାରନ୍ତିୀ। ଯଦି ବଲ୍ ତାଙ୍କ ରେଞ୍ଜ ବାହାରେ ରହେ ତେବେ ସେ ବହୁତ ଅସହଜ ଦେଖାଯାଆନ୍ତି।