ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୫୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ସ ଠାବ, ନିଷ୍କ୍ରିୟ କଲେ ଯବାନ

Published By : Suraj Kumar | January 23, 2025 11:22 PM

ମାଲକାନଗିରି,୨୩।୧ (ଆପ୍ର ):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀ ଖଞ୍ଜିଥିବା ୫୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ସ ଯବାନ  ନିଷ୍କ୍ରିୟ କରିଛନ୍ତି । ଫଳରେ ମାଓବାଦୀଙ୍କ ବଡ ଧରଣର ଯୋଜନାକୁ ଯବାନ ପଣ୍ଡ କରିଛନ୍ତି।

ଛତିଶଗଡର ବିଜାପୁର ଜିଲ୍ଲାର ବାସାଗୁଡ଼ା ଠାରୁ ଆବାପାଲୀ ମଧ୍ୟରେ ଯବାନମାନେ ତଲାସି ଅଭିଯାନ କରୁଥିଲେ। ଏହି ଅଭିଯାନ ବେଳେ ତିମାପୁର ଦୁର୍ଗାମନ୍ଦିର ପାଖରେ ରହିଥିବା ଏକ ବ୍ରିଜ ତଳେ ମାଓବାଦୀ ଖଞ୍ଜିଥିବା ୫୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ସକୁ ଯବାନମାନେ ଠାବ କରିଥିଲେ। ତେବେ ଯବାନ ସେହି ବୋମାକୁ ନିଷ୍କ୍ରିୟ କରିବା ପାଇଁ ବହୁ କସରତ କରିବାକୁ ପଡିଥିଲା। ଶେଷରେ ବୋମା ନିଷ୍କ୍ରିୟ କାରୀ ଦଳଙ୍କ ଦ୍ଵାରା ଉକ୍ତ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ତେବେ ନିଷ୍କ୍ରିୟ ସମୟରେ ଏତେ ବଡ ଧରଣର ବିସ୍ଫୋରଣ ହୋଇଥିଲା ଯେ, ସଂପୂର୍ଣ୍ଣ ବ୍ରିଜ ନଷ୍ଟ ହେବା ସହ ବିଶାଳ ଗର୍ତ୍ତ ହୋଇଥିଲା। 

 ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା ପୁଲିସକୁ ମିଳିଛି ଆଉ ଏକ ସଫଳତା। ସୀମାନ୍ତଵର୍ତ୍ତି ଅଞ୍ଚଳରେ ବଡ଼ ଧରଣର ମାଓ ହିଂସା  ଘଟାଇବା ପାଇଁ ପ୍ରସ୍ତୁତ ହେଉଥିବା ଯୋଜନାକୁ  ଭଣ୍ଡୁର କରିଛନ୍ତି ଯବାନ । ସୁକୁମା ମାଲକାନଗିରି ସୀମାରୁ ବନ୍ଧୁକ ତିଆର କାରଖାନା ଠାବ କରିଛନ୍ତି ଯବାନ। ବନ୍ଧୁକ ତିଆରି ସାମଗ୍ରୀ ସହ ୨୧ଟି ପ୍ରେସର ବୋମା,ବିଜିଏଲ ବୋମା,ଜେନେରେଟର, ୱେଲଡିଙ୍ଗ ମେଶିନ, ଲେଥ୍ ମେଶିନ ସାମଗ୍ରୀ ଜବତ କରିଛନ୍ତି। ସୁକୁମା ଜିଲ୍ଲା ମେଟାଗୁଡା ଓ ଦୁଲେଡ ଜଙ୍ଗଲରେ କମ୍ବିଂ ଅପରେସନ୍‌ ବେଳେ କୋବ୍ରା ଓ ସିଆରପିଏଫ୍ ଯବାନ ଏହି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.