ବିସବ୍ରେନ୍,୧୨।୧୨: ଆଇସିସି(ଇଣ୍ଟର ନ୍ୟାସନାଲ କ୍ରିକେଟ ଆସୋସିଏସନ୍)ର ଅଧ୍ୟକ୍ଷ ହେବାପରଠାରୁ ଆକ୍ସନରେ ଜୟ ଶାହ। କ୍ରିକେଟକୁ ସାରା ବିଶ୍ବରେ ନୂତନ ସ୍ଥାନ ଦେବା ଦିଗରେ କାମ କରିବାର ଆରମ୍ଭ କରିଛନ୍ତି। ସେ ବ୍ରିସବ୍ରେନ୍‌ରେ ୨୦୩୨ ଅଲିମ୍ପିକ୍ ଆୟୋଜନ କମିଟିକୁ ସାକ୍ଷାତ କରିଛନ୍ତି। ଉଲ୍ଲେଖନୀୟ ଯେ, ୨୦୩୨ ଅଲିମ୍ପିକ୍ସର ଆୟୋଜନ ଅଷ୍ଟ୍ରେଲିଆର ବ୍ରିସବେନ୍‌ରେ ହେବାର ଅଛି। ପୂର୍ବରୁ ଘୋଷଣା ହୋଇସାରିଥିବା ଏହି ଖେଳରେ କ୍ରିକେଟକୁ ମଧ୍ୟ ରଖାଯିବ। ଉଲ୍ଲେଖନୀୟ ଯେ, କ୍ରିକେଟ ଖେଳ ଏହା ପୂର୍ବରୁ ଅର୍ଥାତ ୨୦୨୮ରେ ଲସ୍ ଆଞ୍ଜେଲସ୍‌ ଅଲିମ୍ପିକ୍ସ‌କୁ ଫେରି ସାରିଥିବ।

ବିସିସିଆଇର ପୂର୍ବତନ ସଚିବ ଓ ଆଇସିସିର ବର୍ତ୍ତମାନର ଚେୟାରମ୍ୟାନ୍ ଜୟ ଶାହ ସୋସିଆଲ ମିଡିଆରେ ଏକ ଭିହିଓ କ୍ଲିପ୍ ସେୟାର କରିଛନ୍ତି। ଯେଉଁଥିରେ ବୈଂକର କିଛି ଅଂଶକୁ ଦେଖିବାକୁ ମିଳିଛି। ୨୦୨୮ ଅଲିମିକ୍ସରେ କ୍ରିକେଟ୍‌ ଖେଳାଯିବା ନେଇ ଜୟ ଶାହଙ୍କର ବହୁତ ବଡ ଯୋଗଦାନ ରହିଛି। ସେ ଏହି ଖେଳକୁ ସାରା ବିଶ୍ବରେ ଲୋକପ୍ରିୟତା ବଢାଇବାକୁ ଜୋରସୋରରେ ଚେଷ୍ଟା କରୁଛନ୍ତି। ବ୍ରିସବେନ୍‌ରେ ବର୍ତ୍ତମାନ ଦେବଜିତ୍ ସକ୍ରିୟ ଅଛନ୍ତି। ତାଙ୍କୁ ନିକଟରେ ବିସିସିଆଇର ଅନ୍ତରୀଣ ସଚିବ ଭାବରେ ନିଯୁକ୍ତ କରାଯାଇଛି।

ଜୟ ଶାହ ଚମ୍ପିଆନ୍ସ ଟ୍ରଫି ବିବାଦ ଭିତରେ ଅଷ୍ଟ୍ରେଲିଆ ପହଁଞ୍ଚିବା ବହୁତ କିଛି ସ୍ପଷ୍ଟ କରୁଛି। ଅଷ୍ଟ୍ରେଲିଆ ଚମ୍ପିଆନ୍ସ ଟ୍ରଫି ମାମଲାରେ ବିସିସିଆଇର ସମର୍ଥକଙ୍କ ମଧ୍ୟରୁ ଏକ ବୋର୍ଡ । ବର୍ତ୍ତମାନ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡର ଜଏଣ୍ଟ ସେକ୍ରେଟାରୀ ଦେବଜିତ୍ ସୌକିୟା ସେଠାରେ ରହିବା ବିସିସିଆଇ ଓ ସିଏର ସମ୍ପର୍କକୁ ଆହୁରି ପ୍ରଗାଢ କରୁଛି। ଆଗକୁ ଜୟ ଶାହଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ଓ ନ୍ୟୁ ସାଉଥ୍ ଓ୍ବେଲ୍ସ ୩ ଜାନୁଆରୀରୁ ଆରମ୍ଭ ହେଉଥିବା ସିଡନୀ ଟେଷ୍ଟ ପାଇଁ ଜୟ ଶାହଙ୍କୁ ଆମନ୍ତ୍ରିତ କରିଛି।