ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ରାଗିଗଲେ ଜୟା ବଚ୍ଚନ; ସେଲଫି ନେବାରୁ ଫ୍ୟାନ୍‌ଙ୍କୁ ଗାଳି ଦେବା ସହ ଦେଲେ ଧକ୍କା, କଙ୍ଗନା କଲେ ଟାର୍ଗେଟ

Published By : Ankita S | August 13, 2025 8:51 AM

ନୂଆଦିଲ୍ଲୀ,୧୩/୦୮: ରାଗରେ ତମ ତମ ହୋଇଗଲେ । ଖାଲି ସେତିକି ନୁହେଁ ଜଣେ ଫ୍ୟାନ୍‌ଙ୍କୁ ଗାଳି ଦେବା ସହ ଧକ୍କା ମାରିଲେ । ପ୍ରଶଂସକ ଜଣକ କେବଳ ତାଙ୍କ ପସନ୍ଦର ଅଭିନେତ୍ରୀଙ୍କ ସହ ଫୋଟଟିଏ ଉଠାଇବାକୁ ଚାହିଁଥିଲେ । ଏତିକି କଥାରେ ରାଗି ଗଲେ ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ । ପୁଣି ନିଜର କ୍ରୋଧକୁ ନେଇ ଚର୍ଚ୍ଚାରେ ଜୟା । 

ନୂଆଦିଲ୍ଲୀର ସମ୍ବିଧାନ କ୍ଲବରେ ଜଣେ ଫ୍ୟାନ୍‌ ଜୟାଙ୍କ ସହ ସେଲ୍‌ଫି ନେବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ଜୟା ନିଜର କ୍ରୋଧକୁ ଅଟକାଇ ପାରିଲେ ନାହିଁ । ବ୍ୟକ୍ତି ଜଣଙ୍କୁ ସେ ଧକ୍କା ଦେବା ସହିତ ଗାଳି ଦେଲେ । ଜୟାଙ୍କ ବ୍ୟବହାର ଦେଖି ସେଠାରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏହି ଘଟଣାର ଦୃଶ୍ୟ ଭାଇରାଲ ହେବା ପରେ ଜୟାଙ୍କୁ ଲୋକେ ଖୁବ୍‌ ସମାଲୋଚନା କରୁଛନ୍ତି । 

ଭାଇରାଲ ଭିଡିଓରେ ଜୟା ଲାଲ୍‌ ରଙ୍ଗର ଶାଢ଼ି ସହିତ ଲାଲ୍‌ ରଙ୍ଗର ସମାଜବାଦୀ ପାର୍ଟିର ଟୋପି ପିନ୍ଧିଛନ୍ତି । କ୍ଲବ୍‌ରେ ସେ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଯାଇ ସେଲ୍‌ଫି ନେବାକୁ ଚେଷ୍ଟା କଲେ । ଏତିକିରେ ଜୟା ନିଜ ଉପରୁ ନିୟନ୍ତ୍ରଣ ହରାଇଦେଲେ ଏବଂ ବ୍ୟକ୍ତିଙ୍କୁ ଧକ୍କା ମାରିଲେ । କହିଲେ ‘କ’ଣ କରୁଛନ୍ତି ଆପଣ? ଏ କ’ଣ?’ ଏହା ଶୁଣି ବ୍ୟକ୍ତି ଲଜ୍ଜିତ ଅନୁଭବ କଲେ ଏବଂ ତଳକୁ ମୁଣ୍ଡ ନୁଆଁଇଦେଲେ । ଭିଡିଓରେ ତାଙ୍କର ସାଥୀ ସାଂସଦ ଓ ଶିବସେନା (ୟୁଟିବି) ନେତା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଜୟା ବ୍ୟକ୍ତିଙ୍କୁ ଧକ୍କା ଦେବା ମାତ୍ରେ ପ୍ରିୟଙ୍କା ଏଣେତେଣେ ଚାହିଁଲେ ଏବଂ କ୍ଲବ୍‌ ଭିତରକୁ ଚାଲିଗଲେ ।

କଙ୍ଗନାଙ୍କ ଟାର୍ଗେଟ- ଏବେ ଏ ମାମଲାରେ ଏଣ୍ଟ୍ରି କରିଛନ୍ତି ହିମାଚଳପ୍ରଦେଶର ମଣ୍ଡି ସାଂସଦ କଙ୍ଗନା ରଣାୱତ୍‌ । ଜୟାଙ୍କର ଏଭଳି ବ୍ୟବହାରକୁ ସେ ଲଜ୍ଜାଜନକ ବୋଲି କହିଛନ୍ତି । ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଭିଡିଓ ଶେୟାର କରି ସେ କ୍ୟାପ୍‌ସନ ଲେଖିଛନ୍ତି ‘ସବୁଠୁ ଖରାପ ଓ ସୁବିଧାବାଦୀ ମହିଳା । ଲୋକେ ତାଙ୍କ ନଖରାମି ଓ ଖରାପ ବ୍ୟବହାରକୁ ସହ୍ୟ କରୁଛନ୍ତି, କାରଣ ସେ ଅମିତାଭ ବଚ୍ଚନଙ୍କ ପତ୍ନୀ । ତାଙ୍କ ମୁଣ୍ଡରେ ସମାଜବାଦୀ ଟୋପି ଗଞ୍ଜାର ମୁକୁଟ ଭଳି ଦିଶୁଛି । ସେ ନିଜେ ଲଢ଼େଇ କରୁଥିବା କୁକୁଡ଼ା ଭଳି ଦିଶୁଛନ୍ତି । କେତେ ଅପମାନଜନକ ଓ ଲଜ୍ଜାଜନକ କଥା ।’

ତେବେ ପ୍ରଥମ ଥର କଙ୍ଗନା ଜୟା ବଚ୍ଚନଙ୍କ ବିଷୟରେ ଏଭଳି ବୟାନ ଦେଇନାହାନ୍ତି । ୨୦୨୦ରେ ଜୟା କଙ୍ଗନାଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ, ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁର୍ଗନ୍ଧଯୁକ୍ତ ନାଳ ସହ ତୁଳନା କରିଥିଲେ । କଙ୍ଗନା ଏହାର କଡ଼ା ଜବାବ ଦେଇଥିଲେ । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.