PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଶିଳ୍ପୀ ଜୟାଙ୍କୁ ଲଳିତ କଳା ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଓଡ଼ିଆ ଶିଳ୍ପୀ ଜୟା ଜେନା ନିଜ ଚିତ୍ରକଳା ପାଇଁ କେନ୍ଦ୍ର ଲଳିତ କଳା ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ମୁମ୍ବାଇ ସାର୍‌ ଜେ.ଜେ. ସ୍କୁଲ୍‌ ଅଫ୍‌ ଆର୍ଟଠାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଲଳିତ କଳା ଏକାଡେମୀ, ନ୍ୟାସନାଲ୍‌ ଏକାଡେମୀ ଅଫ୍‌ ଆର୍ଟ, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ହୋଇଛି ୬୦ତମ ନ୍ୟାସନାଲ୍‌ କଳା ପ୍ରଦର୍ଶନୀ, କଳା ମେଳା-୨୦୧୯ ଏବଂ ଆଦିବାସୀ କଳା ପ୍ରଦର୍ଶନୀ । ଏହି ଅବସରରେ ନିଜ ଚିତ୍ରକଳା ‘ଡିକନ୍‌ଷ୍ଟ୍ରକ୍ସନ୍‌’ ପାଇଁ ଜୟା ଜାତୀୟ ଏକାଡେମୀ ପୁରସ୍କାର ଲାଭ କରିବା ସହ ତାଙ୍କ ଚିତ୍ରଟି ପ୍ରଦର୍ଶନୀରେ ସାମିଲ ହୋଇଛି । ଏହାପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ, ଏହା ତାଙ୍କ ସୃଜନଶୀଳ ଦିଗକୁ ଆହୁରି ପରିପୃଷ୍ଟ କରିବ ବୋଲି ସେ କହିଛନ୍ତି । ୬୦ତମ ଜାତୀୟ କଳା ପ୍ରଦର୍ଶନୀ-୨୦୧୯ ପାଇଁ ସମଗ୍ର ଦେଶରୁ ଆସିଥିବା ଚିତ୍ରକଳାଗୁଡ଼ିକ ନ୍ୟାସନାଲ୍‌ ଗ୍ୟାଲେରୀ ଅଫ୍‌ ମଡର୍ଣ୍ଣ ଆର୍ଟ, ମୁମ୍ବାଇ ଏବଂ ସାର୍‌ ଜେଜେ ଆର୍ଟରେ ପ୍ରଦର୍ଶିତ ହୋଇଛି । ଏହା ୮ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ । ୬୦ତମ ଜାତୀୟ କଳା ପ୍ରଦର୍ଶନୀ ୨୦୧୮-୧୯ ମସିହା ପାଇଁ ମନୋନୀତ ଏଣ୍ଟ୍ରଜି୍‌ରେ ୨୮୬ଟି କଳା ସାମଗ୍ରୀ ମନୋନୀତ ହୋଇଥିଲା । ସେଥିରେ ଜୟାଙ୍କ ଚିତ୍ରକଳା ସହିତ ଭୁବନେଶ୍ୱରର ସ୍ଥାପତ୍ୟଶିଳ୍ପୀ ଚନ୍ଦନ କୁମାର ସାମଲଙ୍କ ପ୍ରସ୍ତୁତ ସ୍ଥାପତ୍ୟକଳା ‘ହ୍ୟୁମାନ୍‌ ଥିଙ୍କିଙ୍ଗ୍‌’, କେନ୍ଦ୍ରାପଡ଼ା ଗଗନ ବିହାରୀ ମଣ୍ଡଳଙ୍କ ଚିତ୍ରକଳା ‘ ମାଇଁ ନେଇବରହୁଡ୍‌’, ବୌଦ୍ଧ ମନରଞ୍ଜନ ପାତ୍ରଙ୍କ ଚିତ୍ରକଳା ‘ଏଜିଂ’, ଭୁବନେଶ୍ୱର ସୀତୀକାନ୍ତ ସାମନ୍ତସିଂହାରଙ୍କ ଚିତ୍ରକଳା ‘କ୍ରୋନିକ୍‌ ଡିଜିଜ୍‌’ ମନୋନୀତ ହୋଇଥିଲା ।