ଆଇଡବ୍ଲ୍ୟୁଏଏସ୍ ବିଶ୍ୱ କ୍ରୀଡ଼ା: ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଲେ ଜୟନ୍ତୀ

ଭୁବନେଶ୍ୱର, ୨୭/୧୧: ପର୍ତ୍ତୁଗାଲରେ ଚାଲିଥିବା ଆଇଡବ୍ଲ୍ୟୁଏଏସ୍ ବିଶ୍ୱ କ୍ରୀଡ଼ାରେ ଓଡ଼ିଆ ଧାବିକା ଟି-୪୭ ବର୍ଗର ମହିଳା ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୧୩.୬୨ ସେକେଣ୍ଡରେ ଅତିକ୍ରମ କରିଥିଲେ । ପୋଲାଣ୍ଡର କେ. ଅଗାତା (୧୩.୫୮ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ପ୍ରତିଯୋଗିତାରେ ବିଶ୍ୱର ୩୦ଟି ଦେଶର ୪୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି । ଆସନ୍ତା ୨୮ ତାରିଖରେ ଏହା ଉଦ୍ଯାପିତ ହେବ ।