PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବେ ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ବଞ୍ଚାଇବେ ଗଧ ଓ କୁକୁର ! ଚୀନ୍‌କୁ ଯୋଗାଇବାକୁ ଶହବାଜ୍ ସରକାରଙ୍କ ପ୍ରସ୍ତୁତି…
  • ||
  • ଦିଲ୍ଲୀ ସିଂହାସନ ଉପରେ କେସିଆର୍‌ଙ୍କ ଆଖି; ନିଜ ଆଂଚଳିକ ଦଳକୁ ଭାଙ୍ଗି ଗଢିଲେ ଜାତୀୟ ଦଳ, TRS ବଦଳରେ ରଖିଲେ BRS…
  • ||
  • ସମ୍ଵଲପୁର : ବଙ୍ଗାଲିପଡାରେ ଧୁମଧାମ୍‌ରେ ଚାଲିଛି ମାଆଙ୍କ ସିନ୍ଦୂର ଖେଳ ପର୍ବ, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସଧବା
  • ||
  • ଭୁବନେଶ୍ଵର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା, ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • ପୁରୀ : ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା, ରାଜରାଜଶ୍ୱେର ବେଶରେ ସୁସଜ୍ଜିତ ହେବେ ମହାପ୍ରଭୁ
  • ||
  • ହରଭଙ୍ଗା : ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ସଦସ୍ୟ ମୃତ
  • ||
  • ବିଜୟାଦଶମୀ ଅବସରରେ ମୋହନ ଭାଗବତଙ୍କ ଚେତାବନୀ : ‘ଦେଶର ଜନସଂଖ୍ୟା ଅସନ୍ତୁଳିତ ହେଲେ ବିଗିଡ଼ିବ ଭୌଗୋଳିକ ରୂପରେଖ’
  • ||
  • ଯାଜପୁର : ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ, ଭିଡିଓ ଭାଇରାଲ୍
  • ||

ଜୟପୁର ବିଜେଡ଼ିର ଯୁବ ସମାବେଶରେ ତିନିଟି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ବିଜେଡିର ଯୁବ ସମାବେଶ ମଙ୍ଗଳବାର ଆୟୋଜିତ ହୋଇଯାଇଛି। ବିଜୁ ଯୁବ ବାହିନୀ ପକ୍ଷରୁ ଆଞ୍ଚଳିକ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି କୋରାପୁଟରେ ୨ହଜାର କୋଟି ଟଙ୍କାର ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଥିବା କଥା ଘୋଷଣା କରିଛନ୍ତି। ତେଲେଙ୍ଗାରି ଜଳସେଚନ ପ୍ରକଳ୍ପକୁ ମଧ୍ୟ ଆଜି ଲୋକାର୍ପିତ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ କେବିକେର ବିକାଶ ସରକାରଙ୍କ ପ୍ରାଥମିକତାରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଯୋଗାଯୋଗ କ୍ଷେତ୍ରରେ ତିନିଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗିରିଲଗୁମା ଦୁଆରାଶୁଣି ନିକଟରେ ପୋଲ ନିର୍ମାଣ ହେବା ସହିତ ନନ୍ଦନପୁର-ଲମତାପୁର ରାସ୍ତା ଉପରେ ଉଚ୍ଚପୋଲ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେହିପରି ଆଜି ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ