ବିଆରଏସରେ ସାମିଲ ହେବେ ଜୟରାମ ପାଙ୍ଗି, କିଛିଦିନ ପୂର୍ବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ

କୋରାପୁଟ,୨୫/୧: ବିଆରଏସରେ ସାମିଲ ହେବେ ପୂର୍ବତନ ସାଂସଦ ଜୟାରମ ପାଙ୍ଗି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସରେ ଆସନ୍ତା ୨୭ ତାରିଖରେ ସାମିଲ ହେବେ। ପୂର୍ବରୁ ଗତ ୧୬ ତାରିଖରେ ସେ ହାଇଦ୍ରାବାଦ ଠାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।
ଦକ୍ଷିଣ ଓଡ଼ିଶାରେ ତେଲୁଗୁ ସଂପ୍ରଦାୟର ଲୋକେ ବସବାସ କରୁଥିବାରୁ ସେମାନଙ୍କୁ ନେଇ ସଙ୍ଗଠନ ଆରମ୍ଭ କରିବାକୁ କେଶିଆର ଗୋଟି ଚଳାଇବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଆଦିବାସୀ ନେତାଙ୍କୁ ଦାୟିତ୍ଵ ଦେଇ ସେ ଓଡ଼ିଶାରେ ମଧ୍ୟ ରାଜନୀତି କରିବାକୁ ମନ ବଳାଇଛନ୍ତି।
ସୂଚନା ଥାଉକି, ପୁର୍ବତନ ଏମପି ପାଙ୍ଗି ସିଧାସଳଖ କୌଣସି ରାଜନୈତିକ ଦଳ ସହ ଦୃଶ୍ୟମାନ ହେଉନଥିଲେ। ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ନାଁ ରେ ବ୍ୟକ୍ତିଗତ ସଙ୍ଗଠନ କରୁଛନ୍ତି ଜୟରାମ ପାଙ୍ଗି।