ନୂଆଦିଲ୍ଲୀ,୧୩/୦୩; ଇଏସପିଏନ- କ୍ରିକଇନ୍ଫୋ ପକ୍ଷରୁ ୨୦୨୫ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ତାଲିକା ପ୍ରକାଶ ପାଇଛି । ମହିଳା ବର୍ଗରେ ଭାରତୀୟ ଖେଳାଳିମାନେ ସବୁ ପୁରସ୍କାର ପୋଛି ନେଇଛନ୍ତି । ପୁରୁଷ ବର୍ଗରେ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଯଥାକ୍ରମେ ଦିନିକିଆ ଓ ଟି-ଟ୍ୱେଣ୍ଟିର ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି । ଦକ୍ଷିଣ ଆଫ୍ରକାକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚାମ୍ପିଅନ କରାଇଥିବା ତେମ୍ବା ବଭୁମା ଶ୍ରେଷ୍ଠ ଅଧିନାୟକ ଓ ଭାରତକୁ ପ୍ରଥମ କରି ଦିନିକିଆ ବିଶ୍ୱକପ୍ ଚାମ୍ପିଅନ କରାଇଥିବା ହର୍ମନପ୍ରୀତ କୌର ଶ୍ରେଷ୍ଠ ଅଧିନାୟିକା ବିବେଚିତ ହୋଇଛନ୍ତି ।

ମହିଳା ବର୍ଗରେ ଜେମିମା ରୋଡ୍ରିଗ୍ସ ଶ୍ରେଷ୍ଠ ଦିନିକିଆ ବ୍ୟାଟର ଓ ଦୀପ୍ତି ଶର୍ମା ଶ୍ରେଷ୍ଠ ଦିନିକିଆ ବୋଲର ବିବେଚିତ ହୋଇଛନ୍ତି । ଗତ ଦିନିକିଆ ବିଶ୍ୱକପ୍ରେ ଜେମିମା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଅପରାଜିତ ୧୨୭ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଏହି ଇନିଂସ ପାଇଁ ସେ ଶ୍ରେଷ୍ଠ ବ୍ୟାଟର ବିବେଚିତ ହୋଇଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍ରେ ଦୀପ୍ତିଙ୍କ ୫ ୱିକେଟ୍ ନେଇଥିଲେ । ଇଂଲଣ୍ଡ ବିପକ୍ଷରେ ୧୧୨ ରନର ଇନିଂସ ପାଇଁ ସ୍ମୃତି ମନ୍ଧନା ଶ୍ରେଷ୍ଠ ଟି-ଟ୍ୱେଣ୍ଟି ବ୍ୟାଟର ଓ ୪ ୱିକେଟ୍ ସଫଳତା ପାଇଁ ଶ୍ରୀ ଚରଣୀ ଶ୍ରେଷ୍ଠ ଟି-ଟ୍ୱେଣ୍ଟି ବୋଲର ମନୋନୀତ ହୋଇଛନ୍ତି ।

ଏହା ବି ପଢନ୍ତୁ...ଆସିଲା ଆଇପିଏଲ୍ ପାଇଁ ବିସିସିଆଇ ଗାଇଡ଼ ଲାଇନ୍,ଗୋଟିଏ ପିଚ୍ରେ ଅଭ୍ୟାସ କରିବେନି ଦୁଇ ପ୍ରତିପକ୍ଷ ଦଳ  

ଶ୍ରେଷ୍ଠ ଟେଷ୍ଟ ବ୍ୟାଟର: ଆଡେନ ମାରକ୍ରମ

ଶ୍ରେଷ୍ଠ ଟେଷ୍ଟ ବୋଲର: ମିଚେଲ ଷ୍ଟାର୍କ

ଶ୍ରେଷ୍ଠ ଦିନିକିଆ ବ୍ୟାଟର: ଇବ୍ରାହିମ ଜାଡ୍ରାନ

ଶ୍ରେଷ୍ଠ ଦିନିକିଆ ବୋଲର: ବରୁଣ ଚକ୍ରବର୍ତ୍ତୀ

ଶ୍ରେଷ୍ଠ ଟି-ଟ୍ୱେଣ୍ଟି ବ୍ୟାଟର: ଫିଲ ସଲ୍ଟ

ଶ୍ରେଷ୍ଠ ଟି-ଟ୍ୱେଣ୍ଟି ବୋଲର: କୁଲଦୀପ ଯାଦବ

ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଲିଗ୍ ବ୍ୟାଟର: ମିଚେଲ ଓଏନ

ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଲିଗ ବୋଲର: ଟସ୍କିନ ଅହମ୍ମଦ

ଶ୍ରେଷ୍ଠ ଅଧିନାୟକ: ତେମ୍ବା ବଭୁମା

ଶ୍ରେଷ୍ଠ ନବାଗତ: ବ୍ୟୁ ୱେବଷ୍ଟର

ଶ୍ରେଷ୍ଠ ଦିନିକିଆ ବ୍ୟାଟର(ମହିଳା): ଜେମିମା ରୋଡ୍ରିଗ୍ସ

ଶ୍ରେଷ୍ଠ ଦିନିକିଆ ବୋଲର(ମହିଳା): ଦୀପ୍ତି ଶର୍ମା

ଶ୍ରେଷ୍ଠ ଟି-ଟ୍ୱେଣ୍ଟି ବ୍ୟାଟର(ମହିଳା): ସ୍ମୃତି ମନ୍ଧନା

ଶ୍ରେଷ୍ଠ ଟି-ଟ୍ୱେଣ୍ଟି ବୋଲର(ମହିଳା): ଶ୍ରୀ ଚରଣୀ

ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଲିଗ୍ ବ୍ୟାଟର(ମହିଳା): ହର୍ମନପ୍ରୀତ କୌର

ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଲିଗ୍ ବୋଲର(ମହିଳା): କ୍ରାନ୍ତି ଗୌଡ଼

ଶ୍ରେଷ୍ଠ ଅଧିନାୟିକା: ହର୍ମନପ୍ରୀତ କୌର

ଶ୍ରେଷ୍ଠ ନବାଗତା: ଶ୍ରୀ ଚରଣୀ