ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଝାଡଖଣ୍ଡର ଧାନବାଦ୍‌ରେ ବଡ ଅଘଟଣ; ବେଆଇନ୍ ଖନନ ବେଳେ ଧସିଲା କୋଇଲା ଖଣି, ୩ ମୃତ, ଭିତରେ ଅନେକ ଫସି ରହିଥିବା ସୂଚନା...

ନୂଆଦିଲ୍ଲୀ : ଝାଡଖଣ୍ଡର ଭୌରା କୋଲିୟରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ବେଆଇନ ଖଣି ଖନନ ସମୟରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ, ଆହୁରି ଅନେକ ଲୋକ ଭିତରେ ଫସି ରହିଥିବାର ଆଶଙ୍କା କରାଯାଉଛି । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଘଟଣାଟି ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୨୧ କିଲୋମିଟର ଦୂରରେ ଥିବା ଭାରତ କୋକିଂ କୋଲ୍ ଲିମିଟେଡ୍ (BCCL) ର ଭୌରା କୋଲିୟରୀ ଅଞ୍ଚଳରେ ଘଟିଛି ।

wp:embed {"url":"https://twitter.com/AHindinews/status/1667113315355566080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1667113315355566080%7Ctwgr%5E14e457a2ca6fe09a78de404cf8c50eaa5fdc1b18%7Ctwcon%5Es1_\u0026ref_url=https%3A%2F%2Fwww.abplive.com%2Fstates%2Fjharkhand%2Fjharkhand-bccl-open-mine-collapsed-in-dhanbad-further-details-awaited-2427789","type":"rich","providerNameSlug":"twitter","responsive":true}
https://twitter.com/AHindinews/status/1667113315355566080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1667113315355566080%7Ctwgr%5E14e457a2ca6fe09a78de404cf8c50eaa5fdc1b18%7Ctwcon%5Es1_&ref_url=https%3A%2F%2Fwww.abplive.com%2Fstates%2Fjharkhand%2Fjharkhand-bccl-open-mine-collapsed-in-dhanbad-further-details-awaited-2427789
/wp:embed

ଧାନବାଦର ସିନ୍ଦ୍ରି ଅଞ୍ଚଳର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପୋଲିସ (ଡିଏସପି) ଅଭିଷେକ କୁମାର କହିଛନ୍ତି ଯେ, ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକ ଏବଂ ଖଣିରେ ଫସି ରହିଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ, ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ, କିଛି ସ୍ଥାନୀୟ ଗ୍ରାମବାସୀ ବେଆଇନ ଖଣି କାରବାରରେ ଲିପ୍ତ ଥିଲେ । ଲୋକମାନେ ଆହୁରି କହିଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ସହାୟତାରେ, ତିନି ଜଣଙ୍କୁ ମଇଳାଗଦା ଭିତରୁ ବାହାର କରି ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରମାନେ ସେଠାରେ ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏନେଇ ଭୌରା ପୋଲିସ କହିଛି ଯେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଛି ।

{"id":585048,"sizeSlug":"full","linkDestination":"none"}

ସୂଚନା ଅନୁସାରେ ମୃତମାନଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଏବଂ ଜଣେ ନାବାଳିକା ଅନ୍ତର୍ଭୁକ୍ତ ଅଛନ୍ତି । ଆହତମାନଙ୍କୁ ସ୍ଥାନୀୟ ନର୍ସିଂହୋମରେ ଚିକିତ୍ସା କରାଯାଉଛି । ପୋକଲେନ୍ ମେସିନରୁ ଆବର୍ଜନା ହଟାଇବା କାମ ସଂପୃକ୍ତ କୋଇଲା କମ୍ପାନୀ ଦ୍ୱାରା କରାଯାଉଛି । ଆଶଙ୍କା କରାଯାଉଛି ଯେ ଆହୁରି ଅନେକ ଲୋକ ଆବର୍ଜନା ତଳେ ପୋତି ହୋଇ ରହିଥାଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.