ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଲଜ୍ଜାଜନକ ଘଟଣା: ୮୦ ଛାତ୍ରୀଙ୍କ ସାର୍ଟ ଖୋଲିଦେଲେ ସ୍କୁଲର ଅଧ୍ୟକ୍ଷା, ବ୍ଲେଜର ପିନ୍ଧି ଘରକୁ ଫେରିଲେ...

Published By : Prameya | January 12, 2025 10:35 AM

ରାଞ୍ଚି ୧୨/୦୧: ଝାଡଖଣ୍ଡର ଧାନବାଦ ଜିଲ୍ଲା ଜୋଡାପୋଖର ଥାନା ଅନ୍ତର୍ଗତ ଡିଗବାଡିହ ଠାରେ ଥିବା  ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ୮୦ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ସାର୍ଟ ଖୋଲିଦେବା ଘଟଣାକୁ ନେଇ ତୀବ୍ର  ପ୍ରତିକ୍ରିୟା ପ୍ରକାଶ ପାଇଛି । ଛାତ୍ରୀମାନେ  ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରେ ପହଞ୍ଚି  ଅଭିଭାବକଙ୍କୁ ଜଣାଇବା ପରେ ସେମାନେ ଥାନାରେ  ଅଭିଯୋଗ କରିଛନ୍ତି ।  

ଅଭିଯୋଗ ଅନୁସାରେ  ଶୁକ୍ରବାର ଥିଲା ପରୀକ୍ଷାର  ଶେଷ ଦିନ । ପରୀକ୍ଷା ସରିବା ପରେ  ଛାତ୍ରୀମାନେ ପରସ୍ପର ସାର୍ଟରେ ଶୁଭେଚ୍ଛା  ବାର୍ତ୍ତା ଲେଖି ‘ପେନ୍‌ ଡେ’ ମନାଇଥିଲେ । ଏହାକୁ ଦେଖିବା ପରେ ସ୍କୁଲର ଅଧ୍ୟକ୍ଷା  ଏମ୍‌ ଦେବଶ୍ରୀ ଉତ୍‌କ୍ଷିପ୍ତ ହେବା ସହ  ପ୍ରଥମେ ସବୁ ଛାତ୍ରୀଙ୍କୁ ଗାଳି କରିଥିଲେ ।  ପରେ ସେମାନଙ୍କୁ ନିଜ ନିଜର ସାର୍ଟ  ଖୋଲିଦେବାକୁ ଆଦେଶ ଦେଇଥିଲେ ।  ଏପରିକି ଛାତ୍ରୀମାନେ ଏଥିପାଇଁ ଭୁଲ  ମାଗିଥିଲେ ମଧ୍ୟ ଅଧ୍ୟକ୍ଷ କିଛି ଶୁଣି  ନଥିଲେ । ସେମାନଙ୍କୁ ବିନା ସାର୍ଟରେ ଘରକୁ  ପଠାଇ ଦିଆଯାଇଥିଲା । ଧାନବାଦ ଡିସିପି  ମାଧବୀ ମିଶ୍ର କହିଛନ୍ତି ସେ ଅଭିଯୋଗକୁ  ଗୁରୁତର ସହ ନେଇଛନ୍ତି । ଘଟଣାର  ତଦନ୍ତ କରାଯିବ । ଏଥିଲାଗି ଏସ୍‌ଡିଏମ୍‌,  ଏସ୍‌ଡିପିଓ, ଜିଲ୍ଲା ଶିକ୍ଷା ଅଧିକାରୀ ଓ  ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନେଇ  ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ।  କମିଟି ତଦନ୍ତ କରି ତାର ରିପୋର୍ଟ ଦେବା  ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ବିଧାୟକ ରାଗିଣୀ ସିଂହ ମଧ୍ୟ ଏହି ଘଟଣା  ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ  ବୋଲି କହିଛନ୍ତି । ଅଭିଭାବକମାନେ  ମଧ୍ୟ ଏହାକୁ ତାଲିବାନୀ ଶାସନ  ବ୍ୟବସ୍ଥା ବୋଲି ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.