ଭୁବନେଶ୍ଵର, ୨୩/୦୪ : ଉତ୍ତପ୍ତ ସହର ଝାରସୁଗୁଡ଼ାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସହିଂ ଖୁଣ୍ଟିଆଙ୍କ ଉଦବେଗ। କହିଲେ ଶିଳ୍ପ ଓ ପୋଡୁ ଚାଷ ପାଇଁ ସହରର ତାପମାତ୍ରା ବଢୁଛି। ୧୫ ପ୍ରତିଶତ ଜଙ୍ଗଲ ଝାରସୁଗୁଡ଼ାରେ ରହିଛି। ତାହାର ଅଭିବୃଦ୍ଧି ପାଇଁ ମୁଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଚାଷୀମାନେ ପାରମ୍ପରିକ ଭାବେ ଅମଳ ପରେ ବିଲରେ ନିଆଁ ଲଗାଉଛନ୍ତି। ଏଥିରୁ ନିବୃତ୍ତ ରହିବାକୁ ଚାଷୀମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ଜଙ୍ଗଲ ମନ୍ତ୍ରୀ ପୁଣି କହିଛନ୍ତି ଯେ, ଦିନ ୧୧ଟାରୁ ୩ଟା ଯାଏଁ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ବାରଣ ରହିଛି। ବାରଣ ଥିବା ସମୟରେ ବେସରକାରୀ ସଂସ୍ଥା ଶ୍ରମିକଙ୍କୁ କାମ କରାଇଲେ କାର୍ଯ୍ୟାନୁଷ୍ଠାନ ହେବ। ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟସ୍ଥଳୀ, ସବୁଠାରେ କଟକଣା ସମାନ। 

ଏହି ଖବରଟିକୁ ପଢନ୍ତୁ- Konark Sun Temple : ସୂର୍ଯ୍ୟମନ୍ଦିର ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ବୈଷୟିକ ଟିମ୍‌ ଅନୁଧ୍ୟାନ ପରେ ବାଲିକଢ଼ା