ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଜିଲ୍ଲାରେ ବିକାଶ କାମ ଠପ ଅଭିଯୋଗ, ଧାରଣାରେ ବସିଲେ ଜିଲ୍ଲା ପରିଷଦ ସଦସ୍ୟ

Published By : Suraj Kumar | June 24, 2025 4:02 PM

ବଲାଙ୍ଗିର,୨୪।୬ ବଲାଙ୍ଗିର ଜିଲା ପରିଷଦ ସଦସ୍ୟା ସଦସ୍ୟମାନେ ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଜିଲ୍ଲାରେ ବିକାଶ କାମ ଠପ ନେଇ ଅଭିଯୋଗ କରି ଧାରଣା ଦେଇଛନ୍ତି। 

ଜିଲା ପରିଷଦ ସଭାପତି ଦେବକୀ ସାହୁ ଓ ପରିଷଦ ସଦସ୍ୟା ଏବଂ ସଦସ୍ୟମାନେ କହିଛନ୍ତି ଯେ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ  ହେବ କେବିକେ ବିକାଶ ଯୋଜନାର ଜିଲା ଅଂଶ ଅନୁଦାନ ଯୋଗାଇ ଦିଆଯାଉନାହିଁ। ଫଳରେ ଜିଲାରେ ବିକାଶ କାମ ଠପ ହୋଇଯାଇଛି। ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ ନ କରିବା, ଜିଲା ପରିଷଦ ବୈଠକ ନ କରିବା ଏବଂ ନିର୍ବାଚିତ ଜିଲା ପରିଷଦ ସଦସ୍ୟା ସଦସ୍ୟଙ୍କୁ ଜିଲା ପ୍ରଶାସନ ଖାତିର ନ କରିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ପରିଷଦ ସଭାପତି ସାହୁ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.