ବାରିପଦା,୨୦/୦୮: ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆରେ ସ୍ୱଚ୍ଛନ୍ଦରେ ବୁଲୁଛି ବାଘୁଣୀ ଜିନତ । କ୍ୟାମେରାରେ ବାଘୁଣୀ ଜିନତର ଫଟୋ କଏଦ ହୋଇଛି । ତେବେ ଏହି ଫଟୋକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଜାରି କରାଯିବା ସହ ଏହାର ସୂଚନା ଦିଆଯାଇଛି ।
ଶିମିଳିପାଳ ବ୍ୟଘ୍ର ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକ ସମ୍ରାଟ ଗୌଡାଙ୍କ ସୂଚନା ଅନୁଯାୟୀ, ଜିନତକୁ କୋର୍ ଏରିଆରେ ଛଡାଯିବା ପର ଠାରୁ ସେ କୋର୍ ଏରିଆ ଭିତରେ ରହିଛି । ଆବଶ୍ୟକ ମୁତାବକ ସମ୍ବର, ଚିତଳ, ବଣ ଘୁଷୁରୀ ଆଦିକୁ ମାରି ଖାଉଛି । ତା' ଉପରେ ସାଟେଲାଇଟ ଜରିଆରେ ୨୪ ଘଣ୍ଟା ନଜର ରଖାଯାଇଛି । ସେ ସୁସ୍ଥ ଥିବା ନେଇ ସୂଚନା ମିଳିଛି ।