ନୂଆଦିଲ୍ଲୀ,୩।୯: ଚୀନ୍ର ରାଜଧାନୀ ବେଜିଂରେ ଆୟୋଜିତ ଭିକ୍ଟ୍ରି ପରେଡ୍ରେ ରାଷ୍ଟ୍ରପତି ଜିନ୍ପିଙ୍ଗ , ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ଓ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ‘ହଟ୍ ମାଇକ’ ଚର୍ଚ୍ଚା ଏବେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ତିନି ନେତା ବାୟୋଟେକ୍ନୋଲାଜି, ଅଙ୍ଗ ପ୍ରତ୍ୟାରୋପଣ ଓ ମଣିଷର ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା ଉପରେ ଚର୍ଚ୍ଚା କରିଛନ୍ତି।
ଚୀନ୍ରେ ଭିକ୍ଟ୍ରି ପରେଡ୍ ବେଳେ ଏହି ନେତା ତିୟାନେମନ୍ ଗେଟ୍ରେ ସମାରୋହକୁ ଦେଖିବାକୁ ଚଢୁଥିଲେ, ସେତେବେଳେ ସେମାନେ ଏହି କଥା ହେଉଥିଲେ। ଏହାପରେ ରୁଷ ରାଷ୍ଟ୍ରପତି ପୁଟିନ୍ ଏହି ଚର୍ଚ୍ଚା ନେଇ ମଧ୍ୟ ସ୍ବୀକାର କରିଛନ୍ତି।ଜିନପିଙ୍ଗ କହିଛନ୍ତି, ପୂର୍ବରୁ ୭୦ ବର୍ଷ ବଞ୍ଚି ପାରୁନଥିଲେ, ଆଜି ୭୦ ବର୍ଷ ବୟସ ଏକ ଛୋଟ ପିଲାଭଳି। ପୁଟିନ ବାୟୋଟେକ୍ ସହିତ, ଅଙ୍ଗକୁ ବହୁବାର ବଦଳାଇ ହେବ। ଲୋକ ଅମର ହୋଇପାରନ୍ତି। ଏହାପରେ ଜିନପିଙ୍ଗ କହିଥିଲେ, କିଛି ଲୋକଙ୍କୁ ଅନୁମାନ ରହିଛି ଯେ, ଏହି ଶତାବ୍ଦୀରେ ଲୋକେ ୧୫୦ ବର୍ଷ ଜୀବିତ ରହିପାରେ।
ଭିଡିଓ ଭାଇରାଲ ପରେ ପୁଟିନ୍ କହିଛନ୍ତି, ଆଲୋଚନା ବାସ୍ତବିକ ଥିଲା। ଆମେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଏହା ଉପରେ ଆଲୋଚନା କରିଥିଲୁ। ଲୋକ ଦୀଘର୍ ଦିନ କିପରି ବଞ୍ଚିପାରିବେ ? ଉଲ୍ଲେଖନୀୟ ଯେ, ବୁଧବାର ସକାଳେ ତିୟାନେମନ୍ରେ ଚୀନ୍ ନିଜର ସବୁଠାରୁ ବଡ଼ ସାମରିକ ପରେଡ୍ର ଆୟୋଜନ କରିଥିଲା। ଏହି ଆୟୋଜନ ଦ୍ବିତୀୟ ବିଶ୍ବ ଯୁଦ୍ଧର ଶେଷର ୮୦ ବର୍ଷ ପୁରା ହେବା ଅବସରରେ କରାଯାଇଥିଲା।