ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଓଡ଼ିଶାରେ ଜିଓ ଏୟାରଫାଇବରର ଧୁମ୍, ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ : ଟ୍ରାଇ

Published By : Gurupada Nath | April 23, 2025 9:56 PM

ଭୁବନେଶ୍ୱର,୨୩/୪ : ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ ହୋମ୍ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ସର୍ବାଧିକ ପସନ୍ଦର ସେବା ପ୍ରଦାନକାରୀ ଭାବେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି । ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ଏହି କ୍ଷେତ୍ରରେ ରାଜ୍ୟରେ ୮୭%ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି । ଚଳିତ ସପ୍ତାହରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡ଼ିଛି । ପ୍ରଥମ ଥର ପାଇଁ ଟ୍ରାଇ ପୃଥକ ଭାବେ ୫ଜି ଏଫଡବ୍ଲୁଏ ବା ଏୟାର ଫାଇବର ଗ୍ରାହକ ସଂଖ୍ୟା ପ୍ରକାଶ କରିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁଆରୀ, ୨୦୨୫ସୁଦ୍ଧା ରିଲାଏନ୍ସ ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ରାଜ୍ୟରେ ୧.୩ ଲକ୍ଷରୁ ଅଧିକ ଏୟାର ଫାଇବର ଗ୍ରାହକ ସହ ବେଶ ଆଗରେ ରହିଥିବାବେଳେ ଏହା ପଛକୁ ଭାରତୀ ଏୟାରଟେଲ ୧୮୦୦୦ ଗ୍ରାହକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦୨୫ ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିଛି।

 ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ଜିଓ ଏୟାରଫାଇବର ଦେଶରେ ଏହି କ୍ଷେତ୍ରରେ ୮୪% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁଆରୀ, ୨୦୨୫ ସୁଦ୍ଧା, ଦେଶରେ ଜିଓର ୪୮ ଲକ୍ଷରୁ ଅଧିକ ୫ଜି ଏଫଡବ୍ଲୁଏ ବା ଜିଓ ଏୟାରଫାଇବର ଗ୍ରାହକ ରହିଥିବାବେଳେ ଏହା ପଛକୁ ଏୟାରଟେଲର ଦେଶରେ ପ୍ରାୟ ୮ ଲକ୍ଷ ୫ଜି ଏଫଡବ୍ଲୁଏ ଗ୍ରାହକ ରହିଥିଲେ।

 ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷ କରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନ ଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି, ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ବପ୍ନ ଭଳି ରହିଥିଲା। ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ଏହା ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୧ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି।

 ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ୱାଇଫାଇ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି । ଜିଓ ଏୟାରଫାଇବର ଓଡ଼ିଶାର ଶହ ଶହ ଛୋଟ ବଡ଼ ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍‌ଲାଇନ୍ ପାଲଟିଛି ଏବଂ ସବୁଠାରୁ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇପାରିଛି।

 ଟ୍ରାଇ ଦ୍ୱାରା ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ, ଜିଓ ଜାନୁଆରୀ ମାସରେ ସର୍ବାଧିକ ପ୍ରାୟ ୫୦୦୦୦ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହିତ ଜାନୁୟାରୀ ୩୧ ସୁଦ୍ଧା ରାଜ୍ୟରେ ଜିଓ ନେଟୱର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫୭ କୋଟି ଅତିକ୍ରମ କରିଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.