ନୂଆଦିଲ୍ଲୀ,୨୫/୦୪; ଆଜିକାଲି ଟେଲିକମ୍ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ରିଚାର୍ଜ ପ୍ୟାକ୍ ସହିତ Google Oneର ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରୁଛନ୍ତି । ଏହି ସୁବିଧା ୬ ମାସରୁ ଆରମ୍ଭ କରି ୧୮ ମାସ ପର୍ଯ୍ୟନ୍ତ ମିଳୁଛି । କିନ୍ତୁ ଏହି 'ଫ୍ରୀ' ସୁବିଧା ଆପଣଙ୍କ ପାଇଁ ଭବିଷ୍ୟତରେ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ । ସାଧାରଣତଃ ଗୁଗଲ୍ ପ୍ରତିଟି ୟୁଜର୍ଙ୍କୁ 15GB ମାଗଣା ଷ୍ଟୋରେଜ୍ ଦେଇଥାଏ। କିନ୍ତୁ ଜିଓ କିମ୍ବା ଏୟାରଟେଲ୍ ଅଫର୍ରେ ଆପଣଙ୍କୁ 100GB ରୁ 2TB ପର୍ଯ୍ୟନ୍ତ ବଡ଼ ଷ୍ଟୋରେଜ୍ ମିଳିଯାଉଛି। ସମସ୍ୟା ସେତେବେଳେ ଆରମ୍ଭ ହୁଏ, ଯେତେବେଳେ ଏହି ମାଗଣା ଅବଧି ଶେଷ ହୋଇଯାଏ ।
ଯଦି ଆପଣ ମାଗଣା ମିଳୁଥିବା 1TB କିମ୍ବା 2TB ଷ୍ଟୋରେଜ୍କୁ ନିଜର ଫଟୋ ଓ ଭିଡିଓରେ ଭର୍ତ୍ତି କରିଦିଅନ୍ତି, ତେବେ ଅଫର୍ ସରିବା ପରେ ଗୁଗଲ୍ ଆପଣଙ୍କୁ ପୁଣି 15GB ର ସୀମାକୁ ଫେରାଇ ଆଣିବ । ଏଭଳି ପରିସ୍ଥିତିରେ, ଆପଣଙ୍କ ଷ୍ଟୋରେଜ୍ ଲିମିଟ୍ଠାରୁ ଅଧିକ ଥିବାରୁ ନୂଆ ଇମେଲ୍ ଆସିବା ବନ୍ଦ ହୋଇଯିବ ଏବଂ ଆପଣ କାହାକୁ ମଧ୍ୟ ମେଲ୍ ପଠାଇ ପାରିବେ ନାହିଁ । ଗୁଗଲ୍ ଷ୍ଟୋରେଜ୍ ପାଇଁ କେତେ ଖର୍ଚ୍ଚ କରିବାକୁ ପଡ଼ିବ ?ଯଦି ଆପଣ ସେହି ଷ୍ଟୋରେଜ୍କୁ ବଜାୟ ରଖିବାକୁ ଚାହାଁନ୍ତି, ତେବେ ମାଗଣା ଅଫର୍ ସରିବା ପରେ ଆପଣଙ୍କୁ ମାସିକ ଶୁଳ୍କ ଦେବାକୁ ପଡ଼ିବ । ପ୍ଲାନଗୁଡ଼ିକ ୧୩୦ ଟଙ୍କାରୁ ଆରମ୍ଭ ହୋଇ ୬୫୦ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ଯଦି ଆପଣ ଟଙ୍କା ଦେବାକୁ ଚାହୁଁନାହାଁନ୍ତି, ତେବେ ହଜାର ହଜାର ଫଟୋ-ଭିଡିଓ ଡିଲିଟ୍ କରିବା କିମ୍ବା ଅଫଲାଇନ୍ ସେଭ୍ କରିବା ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିବ ।
ଷ୍ଟୋରେଜ୍ ସମସ୍ୟାରୁ ବଞ୍ଚିବା ପାଇଁ ଏହି ଟିପ୍ସ ଅନୁସରଣ କରିବାକୁ ପଡ଼ିବ:Google Photos ବ୍ୟାକଅପ୍ ବନ୍ଦ ରଖନ୍ତୁ: ଫୋନ୍ର ସବୁଠାରୁ ଅଧିକ ସ୍ପେସ୍ ଫଟୋ ଏବଂ ଭିଡିଓ ନେଇଥାଏ । ତେଣୁ ଗୁଗଲ୍ ଫଟୋରେ ଅଟୋ-ବ୍ୟାକଅପ୍ ଅନ୍ କରନ୍ତୁ ନାହିଁ ।ଜରୁରୀ ଡକ୍ୟୁମେଣ୍ଟ୍ ସେଭ୍ କରନ୍ତୁ: ମାଗଣା ଷ୍ଟୋରେଜ୍କୁ କେବଳ ଜରୁରୀ PDF, ଡକ୍ୟୁମେଣ୍ଟ୍ କିମ୍ବା ଅଫିସ୍ ମେଲ୍ ପାଇଁ ବ୍ୟବହାର କରନ୍ତୁ ।ମାନୁଆଲ୍ ଅପଲୋଡ୍: ଯଦି କୌଣସି ଫଟୋ ବହୁତ ଗୁରୁତ୍ୱପୂର୍ଣ୍ଣ, ତେବେ ତାକୁ ଡ୍ରାଇଭରେ ଏକ ଅଲଗା ଫୋଲ୍ଡର୍ କରି ରଖନ୍ତୁ । ସବୁ ଫଟୋ ଅପଲୋଡ୍ କରି ଷ୍ଟୋରେଜ୍ ନଷ୍ଟ କରନ୍ତୁ ନାହିଁ ।କିପରି ବନ୍ଦ କରିବେ ଗୁଗଲ୍ ଫଟୋ ବ୍ୟାକଅପ୍ ?ଆପଣଙ୍କ ସ୍ମାର୍ଟଫୋନ ଏହି ସେଟିଙ୍ଗ୍ସକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ:ପ୍ରଥମେ Google Photos ଆପ୍ ଖୋଲନ୍ତୁ ।ଉପରେ ଡାହାଣ ପଟେ ଥିବା ଆପଣଙ୍କ Profile Icon ଉପରେ କ୍ଲିକ୍ କରନ୍ତୁ ।ସେଠାରେ 'Photos settings' କୁ ଯାଆନ୍ତୁ ।'Backup' ଅପସନ୍ ଉପରେ କ୍ଲିକ୍ କରି ତାକୁ OFF କରିଦିଅନ୍ତୁ ।ମାଗଣା ସୁବିଧା ମିଳୁଛି ବୋଲି ଅନାବଶ୍ୟକ ଭାବେ କ୍ଲାଉଡ୍ ଷ୍ଟୋରେଜ୍ ଭର୍ତ୍ତି କରନ୍ତୁ ନାହିଁ, ନଚେତ୍ ପରବର୍ତ୍ତୀ ସମୟରେ ଆପଣଙ୍କ Gmail ଆଉଟ୍ଲୁକ୍ ବାଧାପ୍ରାପ୍ତ ହୋଇପାରେ ।