ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଜିଓ ବ୍ଲାକରକକୁ ମ୍ୟୁଚୁଆଲ୍‌ ଫଣ୍ଡ ବ୍ୟବସାୟ ପାଇଁ ମିଳିଲା ସେବି ଅନୁମୋଦନ

Published By : Ladu Kishor | May 27, 2025 10:31 PM

ମୁମ୍ବାଇ ୨୭/୫: ଜିଓ ବ୍ଲାକରକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ଭାରତରେ ମ୍ୟୁଚୁଆଲ୍‌ ଫଣ୍ଡ ବ୍ୟବସାୟ କରିବା ପାଇଁ ସେବି ଅନୁମୋଦନ ଲାଭ କରିଛି । ଏହି କମ୍ପାନୀ ଜିଓ ଫାଇନାନ୍ସ ସର୍ଭିସେସ୍‌ ଲିମିଟେଡ୍‌ (ଜେଏଫଏସଏଲ) ଏବଂ ବ୍ଲାକରକ୍‌ କମ୍ପାନୀର ଏକ ମିଳିତ ଉଦ୍ୟୋଗ। ଆଶା କରାଯାଉଛି ଯେ କମ୍ପାନୀଟି ଖୁବ୍‌ ଶୀଘ୍ର ଭାରତୀୟ ମ୍ୟୁଚୁଆଲ୍‌ ଫଣ୍ଡ ବଜାରରେ ପ୍ରବେଶ କରିବ। ଜିଓ ବ୍ଲାକରକ୍‌ ଦ୍ୱାରା ସିଡ୍‌ ସ୍ୱାମୀନାଥନଙ୍କୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରାଯାଇଛି।

ଜେଏଫଏସଏଲର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଈଶା ଅମ୍ବାନୀ କହିଛନ୍ତି: "ବ୍ଲାକରକ୍‌ର ବିଶ୍ୱସ୍ତରୀୟ ନିବେଶ ବିଶେଷଜ୍ଞତା ରହିଛି ଏବଂ ଜିଓର ଡିଜିଟାଲ୍‌-ପ୍ରଥମ ନବସୃଜନ ଅଭିଜ୍ଞତା ରହିଛି, ଯାହା ବ୍ଲାକରକ୍‌ ସହିତ ଆମର ଏହି ସହଭାଗିତାକୁ ସଶକ୍ତ କରୁଛି। ଏକାଠି, ଆମେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିବେଶକୁ ସରଳ, ସୁଲଭ ଏବଂ ସମାବେଶୀ କରିବା ପାଇଁ ପ୍ରତିବଦ୍ଧ। ମୁଁ ନିଶ୍ଚିତ ଯେ ଜିଓବ୍ଲାକରକ ଆସେଟ୍‌ ମ୍ୟାନେଜମେଣ୍ଟ ଭାରତରେ ଆର୍ଥିକ ସଶକ୍ତିକରଣର ଭବିଷ୍ୟତକୁ ଆକାର ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।"

ବ୍ଲାକରକ୍‌ ଆନ୍ତର୍ଜାତୀୟ ମୁଖ୍ୟ ରାଚେଲ ଲର୍ଡ କହିଛନ୍ତି: "ଭାରତରେ ଆସେଟ୍‌ ମ୍ୟାନେଜମେଣ୍ଟ ବା ସମ୍ପତ୍ତି ପରିଚାଳନା ଆଜି ଏକ ଅନନ୍ୟ ମୋଡ଼ରେ ରହିଛି । ଜିଓବ୍ଲାକରକ୍‌ ନିବେଶକମାନଙ୍କୁ ସିଧାସଳଖ କମ୍‌ ମୂଲ୍ୟରେ ସଂସ୍ଥାଗତ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରି ଭାରତରେ ଅଧିକ ଲୋକଙ୍କୁ ପୁଞ୍ଜି ବଜାରରେ ପ୍ରବେଶ କରିବାରେ ସାହାଯ୍ୟ କରିବ । ଆମର ସହଭାଗୀ ଜେଏଫଏସଏଲ ସହିତ ମିଶି, ଆମେ ଭାରତକୁ ସଞ୍ଚୟକାରୀଙ୍କ ଦେଶରୁ ନିବେଶକଙ୍କ ଦେଶ ଭାବରେ ପରିବର୍ତ୍ତିତ ହେବା ଦିଗରେ ଯୋଗଦାନ ପାଇଁ ପ୍ରସ୍ତୁତ ରହିଛୁ ।"

ବ୍ଲାକରକ ଆନ୍ତର୍ଜାତୀୟ ଇଣ୍ଡେକ୍ସ ଇକ୍ୱିଟିର ପୂର୍ବତନ ମୁଖ୍ୟ ସିଡ୍‌ ସ୍ୱାମୀନାଥନଙ୍କୁ ଏବେ ଜିଓବ୍ଲାକରକ୍‌ ଦାୟିତ୍ୱ ମିଳିଛି । ସେ ଏବେ ଯାଏଁ ୧.୨୫ ଟ୍ରିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ପରିଚାଳନା କରିଛନ୍ତି । ନିଜ ନୂତନ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରି ସେ କହିଛନ୍ତି ଯେ "ମୋତେ ଜିଓବ୍ଲାକରକ୍‌ ଆସେଟ୍‌ ମ୍ୟାନେଜମେଣ୍ଟର ନେତୃତ୍ୱ ନେବା ଏବଂ ନିବେଶକମାନଙ୍କ ନିବେଶ କ୍ଷମତା ବୃଦ୍ଧି କରି ଭାରତରେ ଆସେଟ୍‌ ମ୍ୟାନେଜମେଣ୍ଟ ବା ସମ୍ପତ୍ତି ପରିଚାଳନାକୁ ନୂଆ ରୂପ ଦେବାର ସମ୍ମାନ ମିଳିଛି । ଜିଓ ବ୍ଲାକରକ୍‌ ଆସେଟ୍‌ ମ୍ୟାନେଜମେଣ୍ଟର ଲକ୍ଷ୍ୟ ହେଉଛି ସାରା ଭାରତରେ ନିବେଶକମାନଙ୍କୁ ସଂସ୍ଥାଗତ ଗୁଣାତ୍ମକ ନିବେଶ ଉତ୍ପାଦ ପ୍ରଦାନ କରିବା ।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.