ଜେଏନୟୁରେ ବିରୋଧ ପ୍ରଦର୍ଶନରେ ଚିନ୍ତିତ ସ୍ଥାନୀୟ ନିବାସୀ : ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି , କହିଲେ …

ନୂଆଦିଲ୍ଲୀ : ଜେଏନୟୁରେ ବିରୋଧ ପ୍ରଦର୍ଶନ ଓ ଏହାକୁ ଦେଖି ପୁଲିସ କର୍ମୀଙ୍କୁ ମୁତୟନ ଏକ ସାଧାରଣ ଘଟଣା ହୋଇ ଯାଇଛି। ଏଥିଯୋଗୁଁ ଏହି ଅଞ୍ଚଳର ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ବିଷୟରେ ସିନିୟର ସିଟିଜେନ ଫୋରମ୍ ପିଏମ୍ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ଶୌଚାଳୟର ନିର୍ମାଣ ଓ ସିସିଟିଭି କ୍ୟାମେରା ଲଗାଯିବାକୁ ଦାବି କରି କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଜେଏନୟୁରେ ହେବାକୁ ଥିବା ବିରୋଧ ପ୍ରଦର୍ଶନ ମୁନିରକା ବିହାରରେ ସମସ୍ୟା ସାଜିଛି। ଲୋକେ ଶୌଚାଳୟ ବ୍ୟବହାର କରିବାକୁ ଡୋର ଠକଠକ୍ କରୁଛନ୍ତି। ଏଥିରେ ମିଡ଼ିଆକର୍ମୀ ଓ ପୁଲିସକର୍ମୀ ଅଛନ୍ତି। ଲୋକଙ୍କର କହିବା ହେଲା, କିଛି ଲୋକ ତ ଖୋଲା ସ୍ଥାନରେ ଶୌଚ କରୁଛନ୍ତି। ଏଥିରେ ପୂରା ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପୁଛି। ସ୍ଥାନୀୟ ଲୋକଙ୍କର ଅଭିଯୋଗ କି, ଏହି ମାମଲାରେ ଅଧିକାରୀ ଅଣଦେଖା କରୁଛନ୍ତି।
ଲୋକେ ଶୌଚାଳୟ ବ୍ୟବହାର କରିବାକୁ ଡୋର ଠକଠକ୍ କରୁଛନ୍ତି। ଏଥିରେ ମିଡ଼ିଆକର୍ମୀ ଓ ପୁଲିସକର୍ମୀ ଅଛନ୍ତି। ଲୋକଙ୍କର କହିବା ହେଲା, କିଛି ଲୋକ ତ ଖୋଲା ସ୍ଥାନରେ ଶୌଚ କରୁଛନ୍ତି। ଏଥିରେ ପୂରା ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପୁଛି।
ସ୍ଥାନୀୟ ଲୋକଙ୍କ କହିବା ହେଲା କି, ମୁନିରକା ବିହାରରେ ଡିଡିଏର ଫ୍ଲାଟ ଅଧିକାଂଶ କେନ୍ଦ୍ର ସରକାରଙ୍କର କର୍ମଚାରୀଙ୍କୁ ବଣ୍ଟନ କରାଯାଇ ଥିଲା । ଏଥିରେ ଅଧିକାଂଶ ନିବାସୀ ବରିଷ୍ଠ ନାଗରିକ। ବିଶ୍ୱବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ ବେଳେ ସ୍ଥିତି ବହୁତ ଖରାପ ହୋଇ ଯାଇଛି। ଅଭିଯୋଗ କି ସାର୍ବଜନିକ ସୁବିଧା ବୁଥ୍ (ଶୌଚାଳୟ) ନଥିବା କାରଣରୁ ବିଶ୍ୱବିଦ୍ୟାଳର ବାହାରେ ମୁତୟନ ପୁଲିସକର୍ମୀ ଓ ମିଡ଼ିଆକର୍ମୀ ଅନେକ ସମୟରେ ଶୌଚ କରିବାକୁ ତାଙ୍କର କବାଟ ଠକ୍ଠକ୍ କରୁଛନ୍ତି। ଖାଲି ଏତିକି ନୁହେଁ , କିଛି ଲୋକ ତ ଖୋଲାରେ ଶୌଚ କରିଛନ୍ତି। ଏକ ନ୍ୟୁଜ୍ ଏଜେନ୍ସି ସହ କଥା ହୋଇ ସିନିୟର ସିଟିଜେନ ଫୋରମ୍ର ସଦସ୍ୟ ପିଏନ୍ ମାଲହୋତ୍ରା କହିଛନ୍ତି କି ଅନେକ ଥର ଏହି ବିଷୟରେ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି , କିନ୍ତୁ ଏବେସୁଦ୍ଧା କୌଣସି ସମାଧାନ ହୋଇ ନାହିଁ ।