କେନ୍ଦୁଝର ସଦର,୨୯/୧୦(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜିଲ୍ଲା ବୋଦାପଳଶା ପଞ୍ଚାୟତ ଅନ୍ତର୍ଗତ ସଦରପଡା ଗ୍ରାମରେ ମଦ କାରବାର ରୋକିବା ପାଇଁ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି I ନିଶାଶକ୍ତ ବ୍ୟକ୍ତି ମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଅଶାନ୍ତକର ପରିବେଶ ଗ୍ରାମବାସୀଙ୍କୁ ଅସହ୍ୟ କରିପକାଇଛି I ଏହାର ଏକ ସଫଳ ସମାଧାନ ନିମନ୍ତେ ଗ୍ରାମବାସୀ ଏକତ୍ରୀତ ହୋଇ ଦେଶୀ ମଦର ଅବାଧ ଚୋରା କାରବାର ହେଉଥିବା ଘର ଗୁଡିକରେ ପହଞ୍ଚି ଘରର ମୁଖ୍ୟ ବ୍ୟକ୍ତି ମାନଙ୍କୁ ମିଳିତ ଆଲୋଚନା କରି ସତର୍କ କରାଇଛନ୍ତି I
ସୂଚନାଯୋଗ୍ୟ ଯେ ସଦରପଡା ଗ୍ରାମରେ ବେଆଇନ ଭାବରେ ଚୋରା ମଦ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯାହାକି ଗ୍ରାମବାସୀଙ୍କ ପାଇଁ କ୍ଷୋଭର ବିଷୟ ହେବା ସହିତ ଅବକାରୀ ବିଭାଗ ପ୍ରତି ଲୋକଙ୍କ ଭରସା ତୁଟିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି I ଗ୍ରାମବାସୀ ପକ୍ଷରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ଏବଂ ଅବକାରୀ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିବା ଜଣାପଡିଛି।