PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଦିନକ ପରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ସାଧୁସନ୍ଥଙ୍କ ଆଗମନରେ ମହିମାଗାଦି ଚଳଚଞ୍ଚଳ

ଢେଙ୍କାନାଳ,୦୩/୦୨: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ୪ ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ମହିମାଗାଦିର ବିଭିନ୍ନ ମଠ ଓ ମହିମା ସମାଜ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ମହିମା ସାଧୁସନ୍ଥମାନେ ମହିମାଗାଦିରେ ପହଞ୍ଚିବାରେ ଲାଗିଛନ୍ତି । ସାଧୁସନ୍ଥ ଓ ମହିମା ଭକ୍ତଙ୍କ ଆଗମନରେ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି । ଚଳିତ ବର୍ଷ ୧୫୦ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ତଥା ମାଘମେଳା ପାଳନ ହେଉଥିବାରୁ ଏହାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଗୁରୁଗାଦିରେ ନୀତିକାନ୍ତି ପାଇଁ ମହିମା ସାଧୁସନ୍ୟାସୀ ପ୍ରସ୍ତୁତି ଚଳାଇଥିବା ବେଳେ ବ୍ୟବସାୟୀମାନେ ପସରା ମେଳାଇବାକୁ ତମ୍ବୁ ଟାଣିବା ଆରମ୍ଭ କରିଦଲେଣି । ଯାହାକୁ ନେଇ ଯୋରନ୍ଦା ଏବେଠାରୁ ଉତ୍ସବ ମୁଖର ହୋଇ ଉଠିଲାଣି ।

ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘମେଳା ବେଶ୍‌ ଆଡ଼ମ୍ବର ସହକାରେ ହୋଇଥାଏ । ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଜଗତ ଭକତର ମଙ୍ଗଳ କାମନା କରି ଝାଡ଼ଦୀପ ପ୍ରଜ୍ୱଳନ କରାଯାଇଥାଏ । ତେବେ ଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ମେଳା ଫିକା ପଡ଼ିଥିଲା । ସୀମିତ ଭକ୍ତଙ୍କ ମଧ୍ୟରେ ନୀତିକାନ୍ତି ହୋଇଥିଲା । ଚଳିତଥର ବିନା କଟକଣାରେ ମେଳା ହେବାକୁ ଥିବା ବେଳେ କୌପିନଧାରୀ ମହିମା ସମାଜର ବତୀ ମନ୍ଦିର, ଧ୍ୱନୀ ମନ୍ଦିର ଆଦି ଉଚ୍ଛେଦକୁ ନେଇ ପ୍ରାରମ୍ଭରୁ ବିବାଦ ଉପୁଜିଥିଲା । ବହୁବାର ବୈଠକ ପରେ ବିବାଦ ଥମିବା ସହ ମେଳା ପାଇଁ ବାଟ ଫିଟିଛି । ତେଣୁ ଚଳିତ ବର୍ଷ ଜାକଜକମରେ ମେଳା ପାଇଁ ପ୍ରସ୍ତୁତି ଚାଲିଛି । ମାଘ ଶୁକ୍ଲପକ୍ଷ ଦଶମୀ ତିଥିଠାରୁ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଧୁନୀ ଏବଂ ଝାଡ଼ଦୀପ ପ୍ରଜ୍ୱଳନ ପାଇଁ ସମସ୍ତ ପ୍ରକାର ଉପକରଣ ମହିମାଗାଦିରେ ମହଜୁଦ ରହିଛି । ଅହ୍ମୋଣିଆ ପ୍ରସାଦ ପାଇଁ ଭଣ୍ଡାର ଘରେ ସମସ୍ତ ସାମଗ୍ରୀକୁ ରଖାଯାଇଛି ।

ଗାଦି ମନ୍ଦିର ଚାରିପାଶ୍ୱର୍ରେ ଧୁନି ପ୍ରଜ୍ୱଳନ ପାଇଁ ପିଣ୍ଡି ତିଆରି ସରିଛି । ଝାଡ଼ଦୀପ ଜାଳିବା ପାଇଁ ମଧ୍ୟ ଚାରିଦିଗରେ ଘୋଡ଼ିଆ ବା ଷ୍ଟାଣ୍ଡ ଆଜି ଖଞ୍ଜା ଯାଇଛି । ସବୁଦିନ ଭଳି ୪ ତାରିଖରେ ଭୋର୍‌ ୩ଟାରୁ ପହଡ଼ ଫିଟାଯାଇ ନୀତିକାନ୍ତି ହେବ । ପରେ ଦିନ ସାଢ଼େ ୧୧ଟା ଏବଂ ଅପରାହ୍ନ ସାଢ଼େ ୪ଟାରେ ନୀତି ହେବ । ମାଘମେଳା ପାଇଁ ସ୍ୱତନ୍ତ୍ର ନୀତି ଭାବେ ସନ୍ଧ୍ୟା ସାଢ଼େ ୫ଟାରେ ଝାଡ଼ଦୀପ ପ୍ରଜ୍ୱଳନ ହେବ । ଯାହାକୁ ସମସ୍ତେ ଚାହିଁ ରହିଥାନ୍ତି । ସେହିପରି କେଉଁ ବାବା କେଉଁ ମନ୍ଦିର ବା ସ୍ଥାନରେ ରହି ନୀତିକାନ୍ତି ପରିଚାଳନା କରିବେ ତାହା ଆଜି ସ୍ଥିର ହୋଇଛି ବୋଲି ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତିର ସଂପାଦକ ନିତ୍ୟାନନ୍ଦ ବାବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କୌପୀନଧାରୀ ମହିମା ସମାଜ ମଧ୍ୟ ପ୍ରସ୍ତୁତି ଚଳାଇଛି । ଜ୍ୟୋତି ମନ୍ଦିରରେ କୌପୀନଧାରୀ ମହିମା ସନ୍ୟାସୀମାନେ ଝାଡ଼ ଜାଳିବେ ।