ଜୋସ ବଟଲର ଭାଙ୍ଗିଲେ କୋହଲିଙ୍କ ସ୍ୱପ୍ନ,ଏବେ ଭାଙ୍ଗି ପାରିବେ କି ରନ୍ର ରେକର୍ଡ ?

ନୂଆଦିଲ୍ଲୀ,୨୮।୫: ଆଇପିଏଲ ୨୦୨୦ ସିଜିନ୍ର କ୍ବାଲିଫାୟର-୨ ରେ ଜୋରଦାର ବିଜୟ ସହିତ ରାଜସ୍ଥାନ ରୟାଲ୍ସ ଫାଇନାଲରେ ସ୍ଥାନ ପାଇଛି। ଟିମ୍ ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଚ୍ୟାଲେଞ୍ଜର୍ସ ଫାଇନାଲରେ ସ୍ଥାନ ପାଇଛି। ଟିମ୍ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୭ ଓ୍ବିକେଟରେ ହରାଇଛି। ମ୍ୟାଚ୍ର ହିରୋ ସାଜିଥିଲେ ଜୋସ୍ ବଟଲର। ସେ ଶତକ କରି ଅପରାଜିତ ରହିବ ବିରାଟ କୋହଲିଙ୍କ ମ୍ୟାଚ୍ ଜିତିବାର ସ୍ବପ୍ନକୁ ଭାଙ୍ଗି ଦେଇଥିଲେ।
ମ୍ୟାଚ୍ ଓ୍ବିନିଂ ଇନିଂସ ପାଇଁ ବଟଲରଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଦିଆଯାଇଥିଲା। ବଟଲର ୬ଟି ଛକା ଓ ୧୦ଟି ଚୌକା ଦ୍ବାରା ଅପରାଜିତ ୧୦୬ ରନ୍ କରିଥିଲେ। ଏହି ଇନିଂସ କାରଣରୁ ବଟଲର ଆଇପିଏଲ ଇତିହାସରେ ଏକ ବଡ ରେକର୍ଡ ସୃଷ୍ଟି କରିଛନ୍ତି। ବଟଲର କୌଣସି ଗୋଟିଏ ସିଜିନ୍ରେ ୮୦୦ ରୁ ଅଧିକ ରନ୍ କରିଥିବା ତୃତୀୟ ଖେଳାଳି ହୋଇଯାଇଛନ୍ତି। ଏହି ସିଜିନ୍ରେ ସବୁଠାରୁ ଅଧିକ ରନ୍ କରିବା ମାମଲାରେ ବଟଲରଙ୍କଠାରୁ ଡେଲି ଓ୍ବାର୍ଣ୍ଣର ଓ ବିରାଟ କୋହଲି ଅଛନ୍ତି। ବଟଲରଙ୍କ ପାଖରେ ଆଉ ଏକ ମ୍ୟାଚ୍ ବାକି ରହିଛି। ଏଭଳି ସ୍ଥିତିରେ ସେ ଓ୍ବାର୍ଣ୍ଣର ଓ କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି। କୋହଲିଙ୍କ ରେକର୍ଡ ଭାଙ୍ଗିବାକୁ ବଟଲରଙ୍କୁ ଆଉ ଏକ ଶତକୀୟ ଇନିଂସ ଖେିଳିବାକୁ ହେବ।
ବଟଲର ବର୍ତ୍ତମାନର ସିଜିନ୍ର ୧୬ଟି ମ୍ୟାଚ୍ରେ ୮୨୪ ରନ୍ କରିଛନ୍ତି। ଏହି ସିଜିନ୍ରେ ସେ ୪ଟି ଶତକ କରିଛନ୍ତି। ସେଭଳି କୋହଲି ୯୭୩ ରନ୍ କରି ଟପ୍ରେ ଅଛନ୍ତି। ସେ ୨୦୧୬ ସିଜିନ୍ରେ ଏହି ରନ୍ କରିଥିଲେ। ଦୁଇ ନମ୍ବରରେ ଆସୁଛନ୍ତି ଓ୍ବାର୍ଣ୍ଣର, ସେ ୨୦୧୬ ସିଜିନ୍ରେ ୮୪୮ ରନ୍ କରିଥିଲେ। ବଟଲର ଏଭଳି ସ୍ଥିତିରେ ଓ୍ବାର୍ଣ୍ଣରଙ୍କ ରେକର୍ଡ ଭାଙ୍ଗିବାର ପାଖାପାଖି ରହିଛନ୍ତି, ସେଭଳି କୋହଲି ଏବେ ତାଙ୍କଠାରୁ ବହୁତ ଆଗରେ ଅଛନ୍ତି।