PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଜୋସ୍ ବଟଲର ଏହି ଭାରତୀୟ ଖେଳାଳିଙ୍କୁ କହିଲେ ତାଙ୍କର ଆଦର୍ଶ,ନାଁ ଜାଣିଲେ ହେବେ ଗର୍ବିତ

ନୂଆଦିଲ୍ଲୀ,୧୫।୭: କ୍ରିକେଟକୁ ଅନିଶ୍ଚିତତାର ଖେଳ ବୋଲି କୁହାଯାଇଥାଏ ଓ ଏହି ଖେଳରେ କେହି ମଧ୍ୟ ଛୋଟ କିମ୍ବା ବଡ ଖେଳାଳି ନୁହନ୍ତି। କୌଣସି ଖେଳାଳିଙ୍କୁ ଠାରୁ କିଛି ମଧ୍ୟ ଶିଖିହେବ। ବିଶ୍ବର ଅନେକ ଖେଳାଳି ରହିଛନ୍ତି ଯେଉଁମାନେ ସଚିନ ତେନ୍ଦୁଲକରଙ୍କୁ ଦେଖିକି ଖେଳିବା ଆରମ୍ଭ କରିଛନ୍ତି। ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ଜଣେ ଭାରତୀୟ କ୍ରିକେଟରଙ୍କୁ ନିଜର ଆଦର୍ଶ ଭାବରେ ମାନନ୍ତି। ଆମେ ଯେଉଁ ଖେଳାଳିଙ୍କ ସମ୍ପର୍କରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ବଂର ଇଂଲଣ୍ଡ କ୍ରିକେଟ ଟିମର ଓ୍ବିକେଟ୍ କିପିର ଓ ବ୍ୟାଟସମ୍ୟାନ ଜୋସ ବଟଲର। ସେ କହିଛନ୍ତି ଭାରତୀୟ କ୍ରିକେଟ ଟିମର ଓ୍ବିକେଟକିପର ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନି ହେଉଛନ୍ତି ତାଙ୍କର ଆଦର୍ଶ।

ସେ କହିଛନ୍ତି, ମୁଁ ସବୁବେଳେ କିଛି ନା କିଛି ନୂଆ ଶିଖିବାର ଚେଷ୍ଟା କରୁଛି। ବଟଲର ଏହି କଥା ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ୭ ଜୁଲାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ବଟଲର ଧୋନିଙ୍କୁ ଜନ୍ମଦିନର  ଶୁଭକାମନା ଦେଇ କହିଥିଲେ, ଜନ୍ମଦିନର ଶୁଭକାମନା ମାହି, ମୁଁ ଆପଣଙ୍କୁ ନିଜର ଆଦର୍ଶ ମାନୁଛି।

ବଟଲର ଇଂଲଣ୍ଡ ବିରୋଧରେ ଧୋନିଙ୍କ ଧିମା ଇନିଂସ ଖେଳିବା ପରେ କହିଥିଲେ, ଧୋନି ଜଣେ ବହୁତ ମହାନ ଖେଳାଳି ଓ ତାଙ୍କର ମୁଁ ଜଣେ ବହୁତ ବଡ ଫ୍ୟାନ। ମୁଁ ଧୋନିଙ୍କ ଭଳି  ଶାନ୍ତ ଓ ଧର୍ଯ୍ୟବାନ ଖେଳାଳି ଏହି ଦୁନିଆରେ ଆଉ କେଉଁଠି ଦେଖିନି। ବଟଲର କହିଛନ୍ତି ଧୋନି ଓ୍ବିକେଟ ପଛରେ ଓ ଆଗରେ ଦୁଇଟି ସ୍ଥାନରେ ଖୁବ୍ ସନ୍ତୁଳିତ ରହିଥାନ୍ତି। ବଟଲର ଧୋନିଙ୍କୁ ତାଙ୍କର ଆଗାମୀ ମ୍ୟାଚ ପାଇଁ ଶୁଭକାମନା ଦେଇଛନ୍ତି।