ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସାମ୍ବାଦିକ, ହକରଙ୍କୁ ମିଳିବ ନିର୍ମାଣ ଶ୍ରମିକ କାର୍ଡ଼ : ଶ୍ରମ ମନ୍ତ୍ରୀ

Published By : Suraj Kumar | April 24, 2025 4:07 PM

କେନ୍ଦୁଝର,୨୪।୪: ସାମ୍ବାଦିକଙ୍କୁ ମିଳିବ ନିର୍ମାଣ ଶ୍ରମିକ କାର୍ଡ଼ ।  ଏହି କାର୍ଡ଼ ପାଇବା ପାଇଁ ସାମ୍ବାଦିକ ଓ ଖବର କାଗଜ ବାଣ୍ଟୁଥିବା ହକର୍ ମାନେ ମଧ୍ୟ ଆବେଦନ କରି ପାରିବେ ବୋଲି ଜଙ୍ଗଲ ପରିବେଶ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ନିର୍ମାଣ ଶ୍ରମିକଙ୍କ ସହ  ଏଥିରେ ଶହେଟି ବୃତ୍ତିର ବ୍ୟକ୍ତିମାନଙ୍କୁ ସାମିଲ୍ କରାଯାଉଥିବା ବେଳେ ସାମ୍ବାଦିକ ଓ ସମ୍ବାଦପତ୍ର ହକର୍ ମାନେ ଶ୍ରମ ବିଭାଗରୁ ଏହି କାର୍ଡ଼ କରାଇ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହା କହିଛନ୍ତି ମନ୍ତ୍ରୀ । 

ଏହି କାର୍ଡଧାରୀମାନଙ୍କ ସାଧାରଣ ମୃତ୍ୟୁରେ ୩ ଲକ୍ଷ ଓ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ସେ କହିଥିଲେ । ଏହି କାର୍ଡ଼ରେ ସାମିଲ୍ ହେବାକୁ ସାଢ଼େ ୩ କୋଟି ଲୋକ ଥିବା ବେଳେ, ଏବେ ମାତ୍ର ୫୦ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ସାମିଲ୍ କରାଯାଇପାରିଛି । ଆଗାମୀ ଦିନରେ ସମସ୍ତ ସାଢ଼େ ୩କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମନ୍ତ୍ରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.