PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପଥରରେ ଛେଚି ଯୁବକକୁ ହତ୍ୟା

ବରଗଡ଼.୧୯।୧୧ : ବରଗଡ଼ ଜିଲ୍ଲା ବରପାଲି ସହରର ୯ ନମ୍ବର ୱାର୍ଡ ସ୍ଥିତ କଇରାଟିକିରା ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ବରପାଲି ପୁଲିସ ଉଦ୍ଧାର କରିଛି । ମୃତକର ମୁହଁରେ ପଥର ଛେଚା ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ବରପାଲି ମଧ୍ୟପଡାର ସ୍ବର୍ଗତ ଅଶୋକ ସାହୁଙ୍କ ପୁଅ ଟୁନା ସାହୁ (୩୭) । ମୃତକ ବ୍ୟକ୍ତି ଜଣକ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି। ତେବେ କେଉଁ କାରଣରୁ ତାଙ୍କୁ ଏଭଳି ଭାବେ ହତ୍ୟାକରାଯାଇଛି ସେନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ ଦୁଇଦିନ ପୂର୍ବରୁ ସେ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ଅନେକ ସ୍ଥାନରେ ତାଙ୍କୁ ଖୋଜାଖୋଜି ମଧ୍ୟ କରୁଥିଲେ । ତେବେ ଶନିବାର ସକାଳେ ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ଖବରପାଇ ଘଟଣା ସ୍ଥାନରେ ପହଂଚି ତଦନ୍ତ ଆରମ୍ଭ କରିଛି ।